fbpx

ପ୍ରଧାନମନ୍ତ୍ରୀ ମୋଦୀ ମନାଇଲେ ରକ୍ଷା ବନ୍ଧନ, ରାକ୍ଷୀ ବାନ୍ଧିଲେ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ହାତରୁ ରାକ୍ଷୀ ପିନ୍ଧିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ନିୟୋଜିତ ଥିବା ସଫେଇ କର୍ମଚାରୀ, ସହାୟକ, ଡ୍ରାଇଭର ତଥ୍ୟ ଅନ୍ୟ କର୍ମଚାରୀଙ୍କ ଝିଅମାନଙ୍କ ହାତରୁ ରାକ୍ଷୀ ପିନ୍ଧିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜ ଆବାସରେ ଏହି ପିଲାଙ୍କଠାରୁ ରାକ୍ଷୀ ବନ୍ଧାଇଛନ୍ତି ।

ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ଫଟୋ ସେୟାର ମଧ୍ୟ କରିଛନ୍ତି । ଯେଉଁଥିରେ ସେମାନେ କୁନି କୁନି ପିଲାଙ୍କ ହାତରୁ ରାକ୍ଷୀ ପିନ୍ଧୁଥିବା ଦେଖାଯାଉଛନ୍ତି ।

Get real time updates directly on you device, subscribe now.