fbpx

ଜି-୭ ସମ୍ମିଳନୀରେ ଯୋଗଦେବୋକୁ ବ୍ରିଟେନ ଯିବେ ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧/୫: ଆସନ୍ତା ମାସରେ ହେବାକୁ ଥିବା  ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବ୍ରିଟେନ ଗସ୍ତକୁ ବାତିଲ କରିଛନ୍ତି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ “ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ବୋରିସ୍ ଜନସନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ସମ୍ମାନ ଦେଉଛୁ । ମାତ୍ର ସାଂପ୍ରତିକ ସ୍ଥିତିକୁ ଦେଖି ଜି -୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ନହେବା ପାଇଁ  ନିଷ୍ପତ୍ତି ନିଆଯାଇଛି ।”

କର୍ଣ୍ଣୱାଲରେ ବୋରିସ୍ ଜନସନଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜି-୭  ସମ୍ମିଳନୀକୁ ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ନିମନ୍ତ୍ରଣ କରାଯାଇଥିଲା।

କୁହାଯାଉଥିଲା ଯେ ଜି -୭ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡ ସୁଗା ଏବଂ ପିଏମ ମୋଦୀଙ୍କ ପରି ନେତାମାନେ ବ୍ୟକ୍ତିଗତ ଭାବେ କର୍ଣ୍ଣୱାଲରେ ସାକ୍ଷାତ କରିବେ।

ଏହାପୂର୍ବରୁ ମାର୍ଚ୍ଚ ୧୨ ରେ ଏହି ଚାରିଜଣ ନେତାଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ଚାରି ଦେଶର ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା। ଜି -୭ ରେ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଆମେରିକା ସାମିଲ ଅଛନ୍ତି ।

 

 

 

 

 

 

Get real time updates directly on you device, subscribe now.