fbpx

ପଦକ ବିଜୟ ପରେ ଭବିନାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଏମିତି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭବିନା ପଟେଲଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭବିନାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପାରାଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଥିବା ଭବିନା ଟିଟିରେ ଦେଶର ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିଛନ୍ତି । ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ଝୋଉ ୟିଙ୍ଗଙ୍କ ନିକଟରୁ ୩-୦ରେ ପରାଜିତ ହୋଇଥିଲେ ଭବିନା ।

ଭବିନାଙ୍କ ରୌପ୍ୟ ପଦକ ପରେ ମୋଦୀ ଟ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭବିନା ପଟେଲ ନିଜର ଚମକ୍ରାର ପ୍ରଦର୍ଶନ ଦ୍ୱାରା ଇତିହାସ ସୃଷ୍ଟି କରିଛନ୍ତି । ଦେଶ ପାଇଁ ଏହି ଐତିହାସିକ ରୌପ୍ୟ ପଦକ ଜିତିଥିବା ଭବିନାଙ୍କୁ ଅନେକ ଶୁଭେଚ୍ଛା । ଭବିନାଙ୍କ ଜୀବନ ଯାତ୍ରା ଦେଶର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବା ସହିତ ଏହି କ୍ରୀଡା ପ୍ରତି ସମସ୍ତଙ୍କୁ ଆକର୍ଷିତ କରିବ ବୋଲି ମୋଦୀ ଟ୍ୱିଟ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ରାହୁଲ ଗାନ୍ଧୀ ମଧ୍ୟ ଭବିନାଙ୍କ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.