fbpx

ନିଜର ବ୍ୟବସାୟ କରିବାକୁ ଚାହୁଁଛ କି ? ବିନା ଗ୍ୟାରଣ୍ଟିରେ ମିଳିଛୁ ୧୦ ଲକ୍ଷର ସରକାରୀ ଲୋନ୍, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶର ଯୁବକମାନଙ୍କୁ ଷ୍ଟାର୍ଟ ଅପ୍ ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ ଉତ୍ସାହିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ସରକାର ଗ୍ରାମାଞ୍ଚଳରେ ଅଣ-କର୍ପୋରେଟ୍ କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ ଏବଂ ବିସ୍ତାର ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ପ୍ରଦାନ କରୁଛନ୍ତି । ଏହି ଯୋଜନା ଅଧୀନରେ ଯେଉଁମାନେ ଲୋନ୍ ନେଇଛନ୍ତି, ସେମାନେ ଲୋନ୍ ପରିଶୋଧ ପ୍ରସଙ୍ଗରେ ଅନୁଶାସନ ପ୍ରଦର୍ଶନ କରିଛନ୍ତି । ଏହି ଯୋଜନା ଅଧୀନରେ ସରକାର ସାତ ବର୍ଷ ମଧ୍ୟରେ ୨୦.୯ ଲକ୍ଷ କୋଟି ଟଙ୍କା ଲୋନ୍ ଭାବରେ ବାଣ୍ଟିଛନ୍ତି । ଏହି ସୂଚନା ଏକ ଆରଟିଆଇରେ ସାମ୍ନାକୁ ଆସିଛି ।

ବ୍ୟାଙ୍କ ଅପେକ୍ଷା କମ୍ NPA :-
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାତ ବର୍ଷ ମଧ୍ୟରେ ଏହି ଯୋଜନା ଅଧିନରେ ଲୋନ୍ କେବଳ ୩.୩୮ ପ୍ରତିଶତ ଏନପିଏ ହୋଇଛି । ଏଥି ସହିତ ବ୍ୟାଙ୍କିଙ୍ଗ ସେକ୍ଟରରେ ମୋଟ ଏନପିଏ ହାର ୫.୯୭ ପ୍ରତିଶତ ରହିଛି । ଏହି ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କାର ଲୋନ୍ ଅତି ସହଜରେ ମିଳିଯାଏ ଓ ଏହାର ସୁଧ ହାର ମଧ୍ୟ ଶସ୍ତା । ଯଦି ଆପଣ ଠିକ୍ ସମୟରେ ଲୋନ୍ ପରିଶୋଧ କରନ୍ତି, ତେବେ ଲୋନର ସୁଧ ହାର ମଧ୍ୟ ଛାଡ କରାଯାଏ ।

ମୁଦ୍ରା ଯୋଜନା ଅଧୀନରେ ମିଳୁଥିବା ଲୋନକୁ ୩ଟି ଭାଗରେ ବିଭକ୍ତ କରାଯାଇଛି, ଯଥା-ଶିଶୁ ଲୋନ୍, କିଶୋର ଲୋନ୍ ଓ ତରୁଣ ଲୋନ୍ । ଶିଶୁ ଲୋନ୍ ଅଧିନରେ ୫୦ ହଜାର ଟଙ୍କା ଲୋନ୍ ନେଇ ଆପଣ ବ୍ୟବସାୟ ଆରମ୍ଭ କରିପାରିବେ । କିଶୋର ଲୋନ୍ ଅଧିନରେ ଆପଣ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ । ସେହିପରି ତରୁଣ ଲୋନ ଅଧିନରେ ଆପଣ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଲୋନ୍ ନେଇପାରିବେ । ଏହି ଯୋଜନା ଅଧିନରେ ଆପଣଙ୍କୁ ବାର୍ଷିକ ୯ରୁ ୧୨ ପ୍ରତିବର୍ଷ ସୁଧଦେବାକୁ ପଡିବ ।

ଏହି ସ୍କିମ୍ ଅଧୀନରେ ଲୋନ୍ ପାଇଁ ଆପଣଙ୍କର ପାଖରେ ଆଧାର କାର୍ଡ, ପାନ୍ କାର୍ଡ, ଆବାସିକ ପ୍ରମାଣ, ପାସପୋର୍ଟ ସାଇଜ୍ ଫଟୋ ଏବଂ ବ୍ୟବସାୟ ପ୍ରମାଣପତ୍ର ଥିବା ଆବଶ୍ୟକ । ଯଦି ଆପଣ ମୁଦ୍ରା ଯୋଜନା ଅଧୀନରେ ଲୋନ୍ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ନିକଟତମ ବ୍ୟାଙ୍କକୁ ଯିବାକୁ ପଡିବ । ମୁଦ୍ରା ଯୋଜନା ଅଧୀନରେ ଲୋନ୍ ପାଇଁ ଆବେଦନ କରିବାକୁ ଅନେକ ବ୍ୟାଙ୍କ ଅନଲାଇନ୍ ସୁବିଧା କରିଛନ୍ତି । ଆପଣ https://www.mudra.org.in/ କୁ ଯାଇ ଅଧିକ ସୂଚନା ପାଇପାରିବେ ।

Get real time updates directly on you device, subscribe now.