fbpx

ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନଫ୍‌ତାଲି ବେନେଟ୍, ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନଫ୍‌ତାଲି ବେନେଟ ଶପଥ ନେଇଛନ୍ତି । ଏହା ସହିତ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ପଦରେ କବଜା କରିଥିବା ନେତାନ୍ୟାହୁଙ୍କ ଯୁଗ ଶେଷ ହୋଇଛି । ବେଞ୍ଜାମିନଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍‌ତାଲି ବେନେଟ୍ ଶପଥ ଗ୍ରହଣ କରିଛନ୍ତି ।

ରବିବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ୧୨ ବର୍ଷର ଶାସନ ପରେ ଗାଦିଚ୍ୟୁତ କରିଛନ୍ତି ନଫ୍‌ତାଲି । ତାଙ୍କ ନେତୃତ୍ୱରେ ନୂତନ ସରକାର ଉପରେ ରବିବାର ସଂସଦ ଭୋଟ୍ ଦେବା ପରେ ଦଳର ୪୯ ବର୍ଷୀୟ ନେତା ବେନେଟ ଶପଥ ଗ୍ରହଣ କରିଛନ୍ତି । ନୂତନ ସରକାରରେ ୨୭ ଜଣ ମନ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ମହିଳା ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଦକ୍ଷିଣପନ୍ଥୀ ୟାମିନା ପାର୍ଟି ନେତା ନଫ୍‌ତାଲି ବେନେଟଙ୍କୁ ସୋମବାର ଦିନ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେ ଆଶା କରୁଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନଫ୍‌ତାଲିଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.