fbpx

ଅଶ୍ଵିନୀ ବୈଷ୍ଣବଙ୍କୁ ୨୦୨୦ରେ ମନ୍ତ୍ରୀ କରିବାକୁ ଚାହୁଥିଲେ ମୋଦୀ, ହେଲେ ସଂଘ ନଥିଲା ରାଜି, ବିଜେପି ନେତା ମଧ୍ୟ ଜାଣି ନଥିଲେ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ନିଜ ଦ୍ଵିତୀୟ ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ହେଲେ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ବଦଳି କରି ସଭିଙ୍କୁ ଚକିତ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ଏଥର ଅନେକ ନୂତନ ଚେହେରାଙ୍କୁ ସ୍ଥାନ ଦେଇଛନ୍ତି। ହେଲେ ଏଥିରେ ଅଶ୍ଵିନୀ ବୈଷ୍ଣବଙ୍କ ନାମ ସବୁଠୁ ଭିନ୍ନ ଥିଲା। ଏହାର କାରଣ ଅଶ୍ଵିନୀ ବୈଷ୍ଣବ ୨୦୧୯ରେ ବିଜେପିରେ ଯୋଗ ଦେଇ ରାଜନୀତିରେ ପାଦ ଦେଇଥିଲେ। ସେ ଓଡ଼ିଶା ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କୌଣସି ରାଷ୍ଟ୍ର ମନ୍ତ୍ରୀ ପଦରେ ମଧ୍ୟ ନଥିଲେ। ତାଙ୍କର ବିଶେଷ ରାଜନୈତିକ କ୍ୟାରିୟର ମଧ୍ୟ ନାହିଁ। କିନ୍ତୁ କ୍ୟାବିନେଟ୍ ସମ୍ପ୍ରସାରଣରେ ତାଙ୍କୁ ସିଧାସଳଖ ରେଳ ଏବଂ ଆଇଟି ପରି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଛି। ସେ ପୁଣି ପୀୟୂଷ ଗୋଏଲ ଓ ରବିଶଙ୍କର ପ୍ରସାଦଙ୍କ ପରି ବଡ଼ ନେତାଙ୍କୁ ହଟାଇ।

ଏମିତିରେ ଏହା ଜାଣିବା ଜରୁରି ଯେ, ଅଶ୍ଵିନୀ ବୈଷ୍ଣବ ମୋଦୀଙ୍କ ନଜରରେ କେମିତି ପଡ଼ିଲେ। କୁହାଯାଏ, ମନ୍ତ୍ରିମଣ୍ଡଳ ପୁନର୍ଗଠନ ପୂର୍ବରୁ ବିଜେପି ନେତାଙ୍କ ମହଲରେ ଏହି ଚର୍ଚ୍ଚା ଜାରି ରହିଥିଲା ଯେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପରି କୌଣସି ନେତାଙ୍କୁ ସିଧାସଳଖ କ୍ୟାବିନେଟ୍‌ରେ ଏଣ୍ଟ୍ରି ମିଳିବ। ହେଲେ ଅଶ୍ଵିନୀ ବୈଷ୍ଣବଙ୍କ ବିଷୟରେ କାହାରିକୁ କିଛି ଜଣା ନଥିଲା। ଅତି କମରେ ତିନି ବିଜେପି ନେତା କହିଛନ୍ତି, ସେମାନଙ୍କୁ ବୈଷ୍ଣବଙ୍କ ବିଷୟରେ କିଛି ଜଣା ନଥିଲା।

ବିଜେପି ସୂତ୍ର ଅନୁଯାୟୀ, ବୈଷ୍ଣବଙ୍କ ନାମ ପ୍ରଥମ ଥର ସେହି ସମୟରେ ଉଠିଥିଲା, ଯେବେ ୨୦୨୦ରେ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହୋଇଥିଲା। ଅର୍ଥାତ ମୋଦୀ ତାଙ୍କୁ ନିଜ କ୍ୟାବିନେଟ୍‌ରେ ସାମିଲ କରିବାକୁ ପୂର୍ବରୁ ଚାହିଥିଲେ। ମାତ୍ର ସଂଘ ବୈଷ୍ଣବଙ୍କୁ ସାମିଲ କରିବାକୁ ବିରୋଧ କରିଥିଲା। ସଂଘ ଯୁକ୍ତି ଦେଇଥିଲା ଯେ, ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ କ୍ୟାବିନେଟ୍‌ରେ ଅଧିକ ପ୍ରାଥମିକତା ମିଳିବା ଉଚିତ୍। ହେଲେ ବିଜେପି ହାଇକମାଣ୍ଡ ସେହି ସମୟରୁ  ହିଁ ଅଶ୍ଵିନୀଙ୍କ ନାମରେ ମୋହର ମାରି ସାରିଥିଲେ।

ଟେକ୍ ସମ୍ପର୍କିତ ନୀତିରେ ବୈଷ୍ଣବଙ୍କ ସାହାଯ୍ୟ ନେଉଥିଲେ ମୋଦୀ

କୁହାଯାଏ, ଯେବେ ମୋଦୀ ଗୁଜରାଟର  ମୁଖ୍ୟମନ୍ତ୍ରୀ ଥିବା ବେଳେ, ସେ ଟେକ୍ ସମ୍ପର୍କିତ ନୀତିରେ ଅଶ୍ଵିନୀ ବୈଷ୍ଣବଙ୍କ ସାହାଯ୍ୟ ନେଉଥିଲେ। ଏହା ମଧ୍ୟ କୁହାଯାଏ ଯେ, ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୋଦୀ ବୈଷ୍ଣବଙ୍କ ସହ ଯୋଗାଯୋଗ ରହିଥିଲା। ତାଙ୍କ ମଧ୍ୟରେ ମଧୁର ସମ୍ପର୍କ ଥିଲା।

ଧାରାପ୍ରବାହ ଗୁଜରାଟି ଭାଷା କୁହନ୍ତି ବୈଷ୍ଣବ

କୁହାଯାଏ, ମୋଦୀଙ୍କ ସହ ବୈଷ୍ଣବଙ୍କ ସୁସମ୍ପର୍କରେ ଆଉ ଏକ କାରଣ ଅଶ୍ଵିନୀ ବୈଷ୍ଣବ ଧାରପ୍ରବାହ ଗୁଜରାଟି ଭାଷା କହି ପାରନ୍ତି। ତାଙ୍କ ଜନ୍ମ ରାଜସ୍ଥାନ ହୋଇଥିଲେ ମଧ୍ୟ ତାଙ୍କ ପରିବାରର ଅନେକ ପିଢ଼ି ପୂର୍ବେ ଗୁଜରାଟର ଭାବନଗରରେ ରହୁଥିଲେ। ଏହି ଗୁମର ଖୋଲିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ନବ ନିର୍ମିତ ଗାନ୍ଧିନଗର ରେଲଓ୍ଵେ ଷ୍ଟେସନର ଉଦଘାଟନ ସମୟରେ କରିଛନ୍ତି।

Get real time updates directly on you device, subscribe now.