fbpx

(Video) ମଦ ପିଇ ଜବରଦସ୍ତ ନାଚିଲେ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ: ଭିଡିଓକୁ ନେଇ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ତେବେ ଏହି ଭାଇରାଲ୍ ଭିଡିଓ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନଙ୍କର ବୋଲି ଜଣାପଡିଛି । ଏହି ଭିଡିଓରେ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନ ମଦ୍ୟପାନ କରିବା ପରେ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରୁଥିବା ନଜର ଆସିଛନ୍ତି । ଏହା ପରେ ବିରୋଧୀଙ୍କ ବିବାଦ ଆରମ୍ଭ ହୋଇଛି ।

କେବଳ ଏତିକି ନୁହେଁ, ବିରୋଧୀଦଳର ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଡ୍ରଗ୍ସ ଟେଷ୍ଟ ପାଇଁ ମଧ୍ୟ ଦାବି କରିଛନ୍ତି । ଏହା ପରେ ସନା ମରିନ୍ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ସେ କେବଳ ମଦ୍ୟପାନ କରିଥିଲେ । ଦେଖନ୍ତୁ ଭାଇରାଲ ଭିଡିଓ…

ତେବେ ଏହି ଭାଇରାଲ୍ ଭିଡିଓରେ ସନା ମରିନ୍ ତାଙ୍କ ସାଙ୍ଗମାନଙ୍କ ସହିତ ନାଚ-ଗୀତ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲାଗତାର କମେଣ୍ଟ ଆସୁଛି । ଏହା ସହ ବିରୋଧୀମାନେ ତାଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସନା ନିଜର ସଫେଇ ଦେଇଛନ୍ତି ।

ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ନିଜର ଭିଡିଓ ଲିକ୍ ହେବା ପରେ କହିଛନ୍ତି କି, ତାଙ୍କୁ ନିଜର ଭିଡିଓ କରାଯାଉଥିବା ଜଣାଥିଲା, କିନ୍ତୁ ଦୁଃଖର ବିଷୟ କି ତାଙ୍କ ଭିଡିଓ ପବ୍ଲିକ ହୋଇଗଲା । ଏହା ସହ ସେ କହିଛନ୍ତି କି, ସେ ନିଜ ସାଙ୍ଗମାନଙ୍କ ସହ ପାର୍ଟି କରିଥିଲେ, ଡ୍ୟାନ୍ସ ଓ ଗୀତ ବି ଗାଇଥିଲେ । ଏହା ସମ୍ପୂର୍ଣ୍ଣ ଆଇନଗତ । ଏହା ପରେ ସେ ଡ୍ରଗ୍ସ ନେଇଥିବା ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.