fbpx

ବିନା ଗ୍ୟାରେଣ୍ଟିରେ ପାଇପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍, ଲାଗିବନି ପ୍ରୋସେସିଂ ଫି: ଜାଣନ୍ତୁ କ’ଣ ଏହି ଯୋଜନା

ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା କିମ୍ବା ନିଜର ଚାଲୁଥିବା ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଥିବା ବ୍ୟବସାୟୀଙ୍କ ଏହା ଜରୁରୀ ହୋଇପାରେ । କାରଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା(PMMY) ଦ୍ୱାରା ବିନା କୌଣସି ଅସୁବିଧାରେ ୧୦ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ ଲୋନ୍ । ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସହଜରେ ଋଣ ଉପଲବ୍ଧ କରାଇବା । ଏହି ଲୋନ ସେହିମାନଙ୍କ ପାଇଁ ପ୍ରଯୁଜ୍ୟ ଯେଉଁମାନେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି କିମ୍ବା ପୂର୍ବରୁ ଚାଲୁଥିବା ବ୍ୟବସାୟକୁ ବଢ଼ାଇବା ଚାହୁଛନ୍ତି । ବଡ଼ କଥା ହେଉଛି ଏହି ଲୋନ ପାଇଁ ବିନା ଗ୍ୟାରେଣ୍ଟି ଏବଂ ଏଥିରେ କୌଣସି ପ୍ରୋସେସିଂ ଚାର୍ଜ ମଧ୍ୟ ଦେବାକୁ ହେବ ନାହିଁ । ଛୋଟ ଉଦ୍ୟମୀଙ୍କ ଜରିଆରେ ରୋଜଗାର ସୃଷ୍ଟି କରିବା । ଏହି ଯୋଜନା ୨୦୧୫ ରେ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ମୁଦ୍ରା ଲୋନ ନିଆଯାଇପାରିବ ।

ରହିଛି ତିନି ପ୍ରକାରର ମୁଦ୍ରା ଲୋନ:

ଶିଶୁ ଲୋନ: ଏହି ଲୋନ ଅନୁଯାୟୀ ଏଥିରେ ଋଣଗ୍ରହୀତାଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ । ଏହା ସେହି ବ୍ୟବସାୟୀଙ୍କ ପାଇଁ ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ।

କିଶୋର ଲୋନ୍: ଏହି ଲୋନରେ ୫୦ ହଜାରରୁ ଆରମ୍ଭ କରି ୫ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବ । ଏହା ସେହି ଆବେଦକଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ପୂର୍ବରୁ ବ୍ୟବସାୟ ଆରମ୍ଭ କରିସାରିଛନ୍ତି ଏବଂ ଏହାକୁ ସ୍ଥାପିତ କରିବା ପାଇଁ ଆଉ ଅଧିକ ରାଶିର ଆବଶ୍ୟକତା ଚାହୁଛନ୍ତି ।

ତରୁଣ ଲୋନ: ଏହି ଲୋନ ଅନ୍ତର୍ଗତ ଆବେଦକଙ୍କୁ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ମିଳିପାରିବ । ଏହା ସେହି ଲୋକଙ୍କ ପାଇଁ ଉପଯୁକ୍ତ ହେବ ଯେଉଁମାନେ ନିଜର ବ୍ୟବସାକୁ ବଢ଼ାଇବାକୁ ଚାହୁଛନ୍ତି ।

ମୁଦ୍ରା ଯୋଜନା ପ୍ରାୟ ସବୁ ସରକାରୀ ଏବଂ ବେସରକାରୀ ବ୍ୟାଙ୍କରେ ଉପଲବ୍ଧ । ଆପଣ ନିକଟସ୍ଥ ବ୍ୟାଙ୍କକୁ ଯାଇ ଏଥିପାଇଁ ଆବେଦନ କରିପାରିବେ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦୋକାନର ମାଲିକାନା କିମ୍ବା ଭଡ଼ା ନେଇଥିବା ସ୍ଥାନର ଡକ୍ୟୁମେଣ୍ଟ, କାମ ସହ ଜଡ଼ିତ ତଥ୍ୟ, ଆଧାର, ପ୍ୟାନ୍ ସହ ଅନ୍ୟ ଡକୁମେଣ୍ଟର ଆବଶ୍ୟକ ରହିଛି । ଯଦି ପୂର୍ବରୁ ଥିବା ବ୍ୟବସାୟକୁ ବଢ଼ାଇବାକୁ ଚାହୁଥିବା ବ୍ୟକ୍ତିଙ୍କୁ ବ୍ୟବସାୟର ଅଧିକ ବିବରଣୀ ଦେବାକୁ ହେବ ।

Get real time updates directly on you device, subscribe now.