୩ ମ୍ୟାଜେନରଙ୍କ ସମେତ ୪ ଜଣଙ୍କୁ ନିଲମ୍ବିତ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ
ପିଏନ୍ବିର କରେନ୍ସି ଚେଷ୍ଟରୁ ୧୭ କୋଟି ଟଙ୍କାର ନକଲି ନୋଟ ମିଳିଥିଲା। ଏହି ଘଟଣା ସମ୍ନାକୁ ଆସିବା ପରେ ପିଏନ୍ବି ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ କରାଯାଇଥିଲା
ଲକ୍ଷ୍ନୌ: ସରକାରୀ ବ୍ୟାଙ୍କର କରେନ୍ସି ଚେଷ୍ଟରେ ନକଲି ଟଙ୍କା। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୧୭ ଲକ୍ଷ ଟଙ୍କାରୁ ଅଧିକ ନୋଟ୍ ମିଳିଛି। ଉତ୍ତରପ୍ରଦେଶ ସହାରନପୁରର ସୋଫିଆ ମାର୍କେଟ୍ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ରୁ ଆସିଛି ଏପରି ଅଭିଯୋଗ। ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷ ୩ ଜଣ ମ୍ୟାଜେନରଙ୍କ ସମେତ ୪ ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ମାମଲା ଗୁରୁତର ଭାବେ ନେଇଛି ରାଜ୍ୟ ସରକାର। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରିଛି ଉତ୍ତରପ୍ରଦେଶ ପୋଲିସ।
ପିଏନ୍ବିର କରେନ୍ସି ଚେଷ୍ଟରୁ ୧୭ କୋଟି ଟଙ୍କାର ନକଲି ନୋଟ ମିଳିଥିଲା। ଏହି ଘଟଣା ସମ୍ନାକୁ ଆସିବା ପରେ ପିଏନ୍ବି ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ କରାଯାଇଥିଲା। ପ୍ରାଥମିକ ତଦନ୍ତରେ ଭୂମିକା ସନ୍ଦେହଜନକ ଥିବା ତିନିଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ତଦନ୍ତ ଅନୁସାରେ, ଆରବିଆଇ ପକ୍ଷରୁ ଜାରି ହୋଇଥିବା ନୂଆ ନୋଟ୍ ଗୁଡ଼ିକର ଫଟୋକପି ବ୍ୟବହାର କରି ନକଲି ନୋଟ୍ ପ୍ରସ୍ତୁତ କରାଯାଇଥିଲା। ପ୍ରକୃତ ନୋଟ୍ ବଦଳରେ କରେନ୍ସି ଚେଷ୍ଟକୁ ନକଲି ନୋଟ୍ ପଠାଯାଇଥିବା ଅଭିଯୋଗ ହୋଇଥିଲା।
ନୂଆ କରେନ୍ସି ନୋଟ୍ର ନକଲ କରି ସେଗୁଡ଼ିକୁ ଛାପି ନକଲି ନୋଟ୍ ପ୍ରସ୍ତୁତ କରାଯାଇଥିଲା। ଏହି ନୋଟ୍ଗୁଡ଼ିକୁ ପ୍ରକୃତ ନୋଟ ସହ କରେନ୍ସି ଚେଷ୍ଟରେ ରଖାଯାଇଥିଲା। ନକଲି ନୋଟ୍ କେଉଁ ପ୍ରକ୍ରିୟାରେ ଓ କେବେ ପ୍ରସ୍ତୁତ କରାଯାଇଥିଲା, ତାହା ଉପରେ ତଦନ୍ତ କରୁଛି ତଦନ୍ତକାରୀ ଟିମ୍।
ବ୍ୟାଙ୍କ ପ୍ରଶାସନ ଓ ଏସ୍ଆଇଟି ଏହି ଜାଲିଆତିରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ଭୂମିକାର ମଧ୍ୟ ତଦନ୍ତ କରୁଛନ୍ତି। ଏହି ଜାଲିଆତିରେ କେଉଁମାନେ ସାମିଲ ଅଛନ୍ତି ଏବଂ କେତେ ଦିନ ଧରି ଏଭଳି କାର୍ୟ୍ୟ ଚାଲିଥିଲା, ତାହାର ମଧ୍ୟ ତଦନ୍ତ ଚାଲିଛି। ଅଧିକାରୀମାନେ କହିଛନ୍ତି; ବ୍ୟାଙ୍କ ନିଜ ସ୍ତରରେ ତଦନ୍ତ କରୁଥିବାବେଳେ ରାଜ୍ୟ ପୁଲିସ ସମଗ୍ର ଘଟଣାର ତଦନ୍ତ କରୁଛି।
ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକଙ୍କ ଅଭିଯୋଗ ଆଧାରରେ ତିନିଜଣ ମ୍ୟାନେଜର ଓ ଜଣେ ପାର୍ଟ-ଟାଇମ୍ ହାଉସକିପରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ କହିଛନ୍ତି; ବ୍ୟାଙ୍କ ନିଜ ସ୍ତରରେ ତଦନ୍ତ କରୁଥିବାବେଳେ ପୁଲିସ ସମଗ୍ର ଘଟଣାର ତଦନ୍ତ କରୁଛି।
ରିପୋର୍ଟ ଅନୁସାରେ, ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି; ପାର୍ଟ-ଟାଇମ ହାଉସକିପର ବିଶାଳ କୁମାର କରେନ୍ସି ଚେଷ୍ଟ ଭିତରେ କାମ କରୁଥିବା ସମୟରେ ନୋଟର ବଣ୍ଡଲରୁ କିଛି ନୋଟ ବାହା ଦେଖିବାକୁ ମିଳିଥିଲା।


