fbpx

ଝିଅ ବାହାଘର ଓ ପାଠପଢ଼ା ଆଉ ଚିନ୍ତା ନାହିଁ: PNB ପକ୍ଷରୁ ଆସିଲା ଏକ ଜବରଦସ୍ତ ସ୍କିମ୍

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଝିଅମାନଙ୍କ ପାଇଁ ଏକ ଖାସ୍ ସ୍କିମ ନେଇ ଆସିଛି । ଏହି ସ୍କିମ ମାଧ୍ୟମରେ ଆପଣଙ୍କ କନ୍ୟାଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରାଯିବ । ଏଥିରେ ଆପଣ ନିଜର କନ୍ୟା ସନ୍ତାନଙ୍କ ପାଇଁ ଏକ ବଡ଼ ଫଣ୍ଡ ରଖିବାର ସୁବିଧା ରହିଛି । କେନ୍ଦ୍ର ସରକାର ଏହି ଯୋଜନାର ଆରମ୍ଭ କରିଥିବା ବେଳେ ଆପଣ ନିଜର କନ୍ୟାର ଭବିଷ୍ୟତ ପାଇଁ ଦୀର୍ଘ ଅବଧି ବିଶିଷ୍ଟ ପ୍ଲାନିଂ କରିପାରିବେ ।

ଏହି ଯୋଜନାର ନାମ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା । ଏହା ଏକ ସରକାରୀ ଯୋଜନା ହୋଇଥିବା ବେଳେ ଏଥିରେ ନିବେଶ କଲେ ଆପଣଙ୍କ ଝିଅର ପାଠପଢ଼ା ସହିତ ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ଏହି ଅର୍ଥକୁ ଆପଣ ଝିଅର ବିବାହ କାର୍ଯ୍ୟରେ ମଧ୍ୟ ଲଗାଇ ପାରିବେ । ଏଥିରେ ଅଧିକ ପରିମାଣର ଅର୍ଥ ଆପଣଙ୍କୁ ନିବେଶ କରିବାକୁ ପଡ଼ିବ ନାହିଁ । ଆପଣ ସର୍ବନିମ୍ନ ୨୫୦ ଟଙ୍କାରୁ ଆରମ୍ଭ କରି ୧.୫ ଲକ୍ଷ ପର୍ଯ୍ୟନ୍ତ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରିପାରିବେ । ଯଦି ଜଣେ ବ୍ୟକ୍ତି ମାସକୁ ୩ ହଜାର ଲେଖାଏଁ ଜମା କରେ ତେବେ ୭.୬ ସୁଧ ହିସାବରେ ୧୫ ବର୍ଷରେ ମୋଟ ୯ ଲକ୍ଷ ଜମା କରିବ । ୨୧ ବର୍ଷ ପରେ ତାଙ୍କୁ ପାଖାପାଖି ୧୫ ଲକ୍ଷ ଟଙ୍କା ମିଳିବ ।

ପିଏନବି ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସମୟ ଆସିଲେ ଆପଣଙ୍କ କନ୍ୟା ଖୁସିର ଆକାଶରରେ ଉଡ଼ି ପାରିବ । ତେଣୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଆଜି ହିଁ ଆକାଉଣ୍ଟ ଖୋଲି ନିବେଶ କରିବା ଆରମ୍ଭ କରିବାକୁ ଟ୍ୱିଟ କରାଯାଇଛି । ଏହି ଯୋଜନରେ ନିବେଶ କଲେ ଆପଣ ୭.୬ ପ୍ରତିଶତ ସୁଧ ପାଇପାରିବେ । ଏହି ଯୋଜନା ଆପଣ ନିଜ ଝିଅ ନାମରେ ଖୋଲିପାରିବେ । ଆପଣ ପୋଷ୍ଟ ଅଫିସ ବା କୌଣସି ବ୍ୟାଙ୍କ ଯାଇ ଖାତା ଖୋଲି ପାରିବେ । ଏଥିପାଇଁ ଝିଅର ଜନ୍ମ ପ୍ରମାଣପତ୍ର ଓ ଝିଅ ଓ ପିତାମାତାଙ୍କ ପରିଚୟ ପତ୍ର ଜମା କରିବାକୁ ପଡ଼ିବ ।

Get real time updates directly on you device, subscribe now.