fbpx

ଫ୍ରିଜରେ ବଢ଼ୁଛନ୍ତି ବିଷାକ୍ତ ବ୍ୟାକ୍ଟେରିଆ: ଶ୍ୱାସରୋଗ, ଶିଶୁମୃତ୍ୟୁ, ୟୁରିନ ସଂକ୍ରମଣ, ଗର୍ଭପାତ, ହାଡ଼ ଓ ଦିଲ୍ ସମସ୍ୟା ବଢ଼ିପାରେ, ରିସର୍ଚ୍ଚରୁ ମିଳିଲା ଭୟଙ୍କର ତଥ୍ୟ

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ପନିପରିବା ଓ ଅନ୍ୟାନ୍ୟ ଖାଇବା ଜିନିଷ ସତେଜ ରଖିବା ପାଇଁ ଫ୍ରିଜରେ ରଖିଥାନ୍ତି । ଏପରିକି ଅନେକ ଲୋକ ଫ୍ରିଜରେ ବହୁଦିନ ପର୍ଯ୍ୟନ୍ତ ଖାଦ୍ୟ ଓ ପରିବାକୁ ସାଇତି ରଖିଥାନ୍ତି । ଯଦିଓ ଖାଦ୍ୟ ନଷ୍ଟ ହୁଏ ନାହିଁ, ତେବେ ଏହା ମଣିଷ ପାଇଁ ଯେ ଭୟଙ୍କର ବିପଦ ଡାକି ଆଣୁଛି ଏହାକୁ କେହି ଧ୍ୟାନ ଦେଇନଥାନ୍ତି । ଆପଣଙ୍କ ଫ୍ରିଜରେ ୧୮ ଲକ୍ଷରୁ ଅଧିକ ବ୍ୟାକ୍ଟେରିଆ ଲୁଚି କରି ରହିଥାଇ ପାରନ୍ତି । ଏହି ବ୍ୟାକ୍ଟେରିଆମାନେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇବାର ସମ୍ଭାବନା ରହିଥାଏ ।

ଏହାଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ବିମାରୀ, ୟୁରିନ ସଂକ୍ରମଣ ହୋଇପାରେ । କେବଳ ଏତିକି ନୁହେଁ, ଗର୍ଭବତୀ ମହିଳାଙ୍କ ଗର୍ଭପାତର କାରଣ ମଧ୍ୟ ଏହି ବ୍ୟାକ୍ଟେରିଆ ହୋଇପାରେ । ପନିପରିବା ରଖାଯାଉଥିବା ସ୍ଥାନ ଓ ମିଟ ଡ୍ରୟାର ହେଉଛି ଫ୍ରିଜର ସବୁଠାରୁ ଅପରିଷ୍କାର ସ୍ଥାନ । ଏହାବ୍ୟତୀତ ଦୁଗ୍ଧଜାତ ସାମଗ୍ରୀ ରଖାଯାଉଥିବା ସ୍ଥାନରେ ମଧ୍ୟ ସବୁଠାରୁ ବେଶି ବ୍ୟାକ୍ଟେରିଆ ରହିବାର ସମ୍ଭାବନା ରହିଥାଏ । ଫ୍ରିଜରେ ସବଜିକୁ ନ ଧୋଇ ରଖିବା ଓ ବିଭିନ୍ନ ପଦାର୍ଥ ପରସ୍ପର ସହ ସଂସ୍ପର୍ଶରେ ଆସି ସଂକ୍ରମଣ ହୋଇ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି । ସେଥିପାଇଁ ଖାଇବା ଜିନିଷକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ରଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

ଆମେରିକାର ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର (ୟୁଏସଡିଏ) ପକ୍ଷରୁ ଏ ବାବଦରେ ଜୋର ଦେଇ କୁହାଯାଇଛି ଯେ, ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକିବା ପାଇଁ ବଳକା ଖାଦ୍ୟକୁ ଏୟାରଟାଇଟ କଣ୍ଟେନର ଓ ଉପର ଡ୍ରୟାରରେ ରଖବା ଦରକାର । ଏହି ବ୍ୟାକ୍ଟେରିଆ କମ୍ ତାପମାତ୍ରାରେ ବଢ଼ି ପାରନ୍ତି । ବିଭିନ୍ନ ଏଜେନ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଅଣ୍ଡାକୁ ଫ୍ରିଜ ଭିତର ଡ୍ରୟାରରେ ରଖିବା ସ୍ଥାନରେ କାର୍ଟୁନ ଓ ଶେଲଫ ରଖିବା ଦରକାର । ରେଫ୍ରିଜେରେଟର କଣ୍ଟେନରରେ ସବୁଠାରୁ ବେଶି ବ୍ୟାକ୍ଟେରିଆ ମିଳିଥାନ୍ତି ବୋଲି ପୂର୍ବରୁ ରିସର୍ଚ୍ଚରୁ ଜଣାପଡ଼ିଛି, ଯାହାକୁ ରୋଗର ବଡ଼ କାରଣ ହୋଇପାରେ ।

ଏକ ସାଧାରଣ ଫ୍ରିଜର ଲମ୍ବ ୬୨ ଇଞ୍ଚ ଓ ଉଚ୍ଚତା ୨୯ ଇଞ୍ଚ ହୋଇଥାଏ । ପ୍ୟାଥୋଜେନିକ ବ୍ୟାକ୍ଟେରିଆ ୪୦ରୁ ୧୪୦ ଡିଗ୍ରୀ ଫାରେନହାଇଟ ମଧ୍ୟରେ ବଢ଼ିଥାନ୍ତି । ବ୍ୟାକ୍ଟେରିଆ କାରଣରୁ ଖାଦ୍ୟ ଜନିତ ବିମାରୀ ହୋଇଥାଏ । ମାତ୍ର ଏହା ଭୋଜନର ସ୍ୱାଦ ଓ ଗନ୍ଧକୁ ପ୍ରଭାବିତ କରେ ନାହିଁ । ଲିଷ୍ଟେରିୟା ବ୍ୟାକ୍ଟେରିଆ ଏକ ପ୍ୟାଥୋଜେନିକ ବ୍ୟାକ୍ଟେରିଆ, ଯାହାକି ମୁଖ୍ୟତଃ ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କଙ୍କୁ ନିଜର ଶିକାର ବନାଇଥାଏ । ଏହା ମହିଳାଙ୍କର ଗର୍ଭପାତ, ନବଜାତ ଶିଶୁଙ୍କ ମୃତ୍ୟୁ ଓ ଅନ୍ୟ ଗମ୍ଭୀର ବିମାରୀର କାରଣ ସାଜିପାରେ ।

ଜ୍ୱର, ବେକରେ କଷ୍ଟ, ଦୁର୍ବଳତା, ବାନ୍ତି ଆସିବା ଆଦି ଏହି ବ୍ୟାକ୍ଟେରିଆ ସଂକ୍ରମଣ ଲକ୍ଷଣ । ବେଳେବେଳେ ଡାଇରିଆ ମଧ୍ୟ ଏହାର କାରଣ ହୋଇପାରେ । ରୋଗୀର ସ୍ୱାସ୍ଥ୍ୟ ଆଧାରରେ ରୋଗ ଅନେକ ଦିନ, ସପ୍ତାହ ପର୍ଯ୍ୟନ୍ତ ରହିପାରେ । ବିଶେଷ କରି ମାଂସ ଓ ଡେୟରୀ ଆଇଟମ ରଖିବା ସମୟରେ ଏହି ଘାତକ ବ୍ୟାକ୍ଟେରିଆ ମିଳିଥାଏ । ଗତ ୨୦୧୯ରେ କରାଯାଇଥିବା ଏକ ଷ୍ଟଡିରେ ବୈଜ୍ଞାନିକମାନେ ୧୦ଟି ରେଫ୍ରିଜେରେଟରର ଅଲଗା ଅଲଗା ସ୍ଥାନରୁ ପାଞ୍ଚଟି ସ୍ଲାବ ନେଇଥିଲେ । ତେବେ ୫୦ଟିରୁ ୧୯ଟି ନମୂନାରୁ ଭୟଙ୍କର ବ୍ୟାକ୍ଟେରିଆ ମିଳିଥିଲା, ଯେଉଁମାନେ କି ପାକସ୍ଥଳୀ ସଂକ୍ରମଣ, ରକ୍ତ ଝାଡ଼ା, ହାଡ଼ ଓ ହୃଦ ସଂକ୍ରମଣ, ସେପ୍ଟେିକ ଶକର କାରଣ ହୋଇପାରନ୍ତି ।

Get real time updates directly on you device, subscribe now.