ରବିନା ଟଣ୍ଡନ୍‌ଙ୍କ ମାଆଙ୍କ ଘରୁ ଚୋରି; ଚୋରୁଣୀ ଗିରଫ

ରାଶି ୨୦୨୦ ମସିହାରୁ ରବିନା ଟଣ୍ଡନଙ୍କ ପରିବାର ସହ ଯୋଡ଼ି ହୋଇଯାଇଥିଲେ

ମୁମ୍ୱାଇ: ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ। ତାଙ୍କ ମାଆଙ୍କ ଘରୁ ଚୋରି। ପ୍ରାୟ ୨୫ ଲକ୍ଷ ଟଙ୍କାର ଗହଣା ଓ ଦାମୀ ଘଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମୁମ୍ୱାଇ ପୁଲିସ ରବିନାଙ୍କ ମାଆ ବୀଣା ଘରେ କାମ କରୁଥିବା ସହାୟୀକାଙ୍କୁ ଗିରଫ କରିଛି। ତାଙ୍କ ନାଁ ହେଉଛି ରାଶି ଛାବରିଆ।

ରାଶି ୨୦୨୦ ମସିହାରୁ ରବିନା ଟଣ୍ଡନଙ୍କ ପରିବାର ସହ ଯୋଡ଼ି ହୋଇଯାଇଥିଲେ। ସେ ରବିନାଙ୍କ ମାଆ ବୀଣା ଟଣ୍ଡନଙ୍କ ଦେଖାଶୁଣା କରୁଥିଲେ। ଏପରିକି ଖାଦ୍ୟ ପ୍ରସ୍ତୁତ ମଧ୍ୟ କରୁଥିଲେ। ଯେଉଁଥିପାଇଁ ତାଙ୍କ ଘରକୁ ନିୟମିତ ଯିବାଆସିବା କରୁଥିଲେ। ସେ ପରିବାରର ବିଶ୍ୱାସ ଜିଣି ପାରିଥିଲେ। ରାଶି ପରିବାର ଲୋକଙ୍କ ଭରସା ଜିତିବା ପରେ ଫାଇଦା ଉଠାଇଥିଲା। ସମୟ ସୁବିଧା ଦେଖି ଦାମୀ ଜିନିଷ ଚୋରି କରିଥିଲେ। ଯେଉଁଥିରେ ଦୁଇଟି ଦାମୀ ଘଣ୍ଟା ରହିଛି। ଏଥିସହ ଗହଣା ଚୋରି କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ।

ଏ ନେଇ ଅଭିଯୋଗ ହେବା ପରେ ମୁମ୍ବାଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଘରକୁ ଆସୁଥିବା ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା ପୋଲିସ। ତା’ପରେ ରାଶିକୁ ହେପାଜତକୁ ନେଇ ପଚରା ଉଚରା କରିଥିଲା। ସେହି ସମୟରେ ସେ ଚୋରି କରି ନଥିବା ସ୍ୱୀକାର କରିଥିଲେ।