ବଡ଼ ଅଘଟଣ, ରାମ ମନ୍ଦିରରେ ନମାଜ୍ ପଢ଼ିଲେ ବ୍ୟକ୍ତି, ଧରିଲେ ସୁରକ୍ଷାକର୍ମୀ, ଗିରଫ କଲା ପୋଲିସ

ବଡ଼ ଅଘଟଣ, ରାମ ମନ୍ଦିରରେ ନମାଜ୍ ପଢ଼ିଲେ ବ୍ୟକ୍ତି, ଧରିଲେ ସୁରକ୍ଷାକର୍ମୀ

Namaz in Ram Temple: ଅଯୋଧ୍ୟା ରାମ ମନ୍ଦିରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ରାମ ମନ୍ଦିର ପରିସରରେ ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ବେଳେ ଧରି ନେଇଛି ପୋଲିସ । କିଛି ଲୋକ ତାଙ୍କୁ ଏପରି କରୁଥିବା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଯେତେବେଳେ ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କଲେ। ତୁରନ୍ତ ସୁରକ୍ଷା ବାହିନୀ ତାଙ୍କୁ ଅଟକ ରଖିଥିଲେ। ତେବେ ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ରାମ ମନ୍ଦିର ଟ୍ରଷ୍ଟର ଦକ୍ଷିଣ ସୀମା କାନ୍ଥ ପାଖରେ ଜଣେ ଯୁବକ ନମାଜ ପଢୁଥିଲେ। କିଛି ଲୋକ ତାଙ୍କୁ ଦେଖିବା ପରେ ଅଟକେଇବାକୁ ଚେଷ୍ଟା କରିଥିଲେ । ଉତ୍ତେଜନା ପରେ ସୁରକ୍ଷା ବାହିନୀ ତାଙ୍କୁ ଅଟକ ରଖିଥିଲେ।

ଗୁଇନ୍ଦା ସଂସ୍ଥା, ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଯୁବକ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ । ସେହିପରି ରାମ ମନ୍ଦିର ଟ୍ରଷ୍ଟ ମଧ୍ୟ କୌଣସି ବୟାନ ଦେଇନାହିଁ । ସୂଚନା ଅନୁସାରେ ଘଟଣାଟି ଆଜି ସକାଳେ ଘଟିଥିବା ଜଣାପଡ଼ିଛି।

ଗିରଫ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେ ଶ୍ରୀନଗରର ସୋଫିଆ ନିବାସୀ ଅହମ୍ମଦ ଶେଖ ବୋଲି କୁହାଯାଉଛି ଏବଂ ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ତାଙ୍କୁ ଏବେ ବି ପଚରାଉଚରା କରୁଛି। ସହରରେ କାଶ୍ମୀରୀ ଶାଲ ବିକ୍ରି କରୁଥିବା ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ପଚରାଉଚରା କରାଯାଉଛି।

କହିରଖୁଛୁ ଯେ, ପ୍ରାୟ ଦୁଇ ବର୍ଷ ପୂର୍ବେ ମଧ୍ୟପ୍ରଦେଶରେ ସମାନ ଘଟଣା ଘଟିଥିଲା। ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରେ ଘଟିଥିଲା ଏହି ଘଟଣା । ତିନି ଜଣ ମୁସଲମାନ ରାମ ମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ କରିଥିଲେ। ସେମାନେ ୩ ଭାଇ ଥିଲେ, ମନ୍ଦିରର ପୁରୋହିତ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ସେମାନେ ଅଟକିନଥିଲେ।

ରାମ ମନ୍ଦିର ଭିତରେ ନମାଜ ପାଠ ହେଉଥିବା ଖବର ପ୍ରସାରିତ ହେବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଲା। ପୁରୋହିତଙ୍କ ଅଭିଯୋଗ ଆଧାରରେ, ପୋଲିସ ତିନି ଭାଇଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିଥିଲା।