fbpx

ଅପହରଣ ନାଟକର ପର୍ଦ୍ଦାଫାସ, ସ୍ୱିଗି ବୟ ଚିକୁନକୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫୁଡ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅପହରଣ ନାଟକ ରଚିଥିବା ‘ସ୍ୱିଗି’ ବୟ ଚିକୁନକୁ ଧଉଳି ଥାନା ପୋଲିସ ଆଜି ଗିରଫ କରିଛି । ମିଛ ଅପହରଣର ଭ୍ରମ ସୃଷ୍ଟି କରିବା ଅଭିଯୋଗରେ ପୋଲିସ ଚିକୁନକୁ ଗିରଫ କରିଛି ।

ଅନ୍ୟପଟେ ଚିକୁନ ସହିତ ଯାଇଥିବା ପ୍ରେମିକାର ବୟାନ ମଧ୍ୟ ରେକର୍ଡ କରାଯାଇଛି । ସେ କହିଛନ୍ତି ଯେ, ‘ମୁଁ ନିଜ ଇଛାରେ ଯାଇଥିଲି, ଏହା ଅପହରଣ ନୁହେଁ ।’ ମଧ୍ୟପ୍ରଦେଶରୁ ଧରାପଡ଼ିବା ପରେ ଆଜି ସେମାନଙ୍କୁ ଭୁବନେଶ୍ୱରକୁ ଅଣାଯାଇଥିଲା । ଧଉଳି ଥାନାରେ ଉଭୟଙ୍କ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି ।

ତେବେ ଚିକୁନ ଓ ତାଙ୍କ ପ୍ରେମିକା ଭୁବନେଶ୍ୱର ଫେରିଥିବା ଖବର ପାଇବା ପରେ ଥାନାରେ ପହଞ୍ଚିଥିଲେ ଚିକୁନର ପତ୍ନୀ ଅହଲ୍ୟା, ଚିକୁନର ବାପା, ମା’ ଓ ବଡ଼ ଭାଇ । କାନ୍ଦି କାନ୍ଦି ଅହଲ୍ୟା ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ କେବଳ ତାଙ୍କର । ଆଉ କାହାର ହୋଇ ପାରିବ ନାହିଁ । ପୁରା ଘଟଣାରେ ଦୋଷୀ କେଵଳ ଚିକୁନର ତଥା କଥିତ ପ୍ରେମିକା, ଚିକୁନ ନୁହେଁ । ସେହି ଝିଅ ହିଁ ତାଙ୍କ ସ୍ବାମୀଙ୍କୁ ବାଟବଣା କରିଛି । ତେଣୁ ତାକୁ ହିଁ ଦଣ୍ଡ ଦିଆଯିବା ଦରକାର ବୋଲି ପତ୍ନୀ କହିଛନ୍ତି ।

Get real time updates directly on you device, subscribe now.