fbpx

ପ୍ଲସ ଟୁ ପାସଙ୍କୁ ମିଳିବ ପୋଲିସ ଚାକିରି: ୨୫ ହଜାର ପଦ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି!

ନୂଆଦିଲ୍ଳୀ: ଯୁକ୍ତ ପାସ କରିଥିବା ସମସ୍ତ ଚାକିରି ଅଭ୍ୟାର୍ଥୀଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ୨୫ ହଜାର ଯୁକ୍ତ ଦୁଇ ପାସ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଲିସ କନେଷ୍ଟବଳ ନିଯୁକ୍ତି । ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ବୋର୍ଡ ପକ୍ଷରୁ ଖୁବଶୀଘ୍ର ୨୫ ହଜାର କନେଷ୍ଟବଳ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ମାସ ସୁଦ୍ଧା ଏହି ସମସ୍ତ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି । ୧୮ରୁ ୨୨ ବର୍ଷ ବୟସ୍କ ଯୁବକ ଯୁବତୀ ଏହି ପଦ ପାଇଁ ଆବେଦନ କରିପାରିବେ ।

ସର୍ବାଧିକ ବୟସସୀମାରେ ସାଧାରଣ ବର୍ଗଙ୍କ ପାଇଁ କୌଣସି ରିହାତି ନଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୫-୫ ବର୍ଷ କୋହଳ କରାଯାଇଛି । ଲିଖିତ ପରୀକ୍ଷା ଓ ଶାରୀରିକ ପରୀକ୍ଷା ଆଧାରରେ ଏହି ଚୟନ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କରାଯାଇଥିବା ୯୫୩୪ ସବଇନ୍ସପେକ୍ଟର ପଦ ପାଇଁ ବିଗତ ମାସରେ ପରୀକ୍ଷା କରାଯାଇଥିଲା । ଏହି ପଦବୀ ପାଇଁ ୧୫ ଲକ୍ଷ ଆବେଦନ ଆସିଥିଲା । ଆସନ୍ତା ଡିସେମ୍ବର ୧୩ ତାରିଖରେ ଏହାର ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.