fbpx

ଚୋରୀ ମାମଲାର ତଦନ୍ତ ବଦଳରେ ଭଗବାନଙ୍କ ଉପରେ ବିଶ୍ୱାସ କଲା ପୋଲିସ, ବାବା ବକ୍ରେଶ୍ୱରଙ୍କ ମନ୍ଦିରରେ ନିୟମ ପୂର୍ବରୁ ମିଳିଲା ଚୋରୀ ଘଣ୍ଟା ଓ ମୋବାଇଲ୍‌: ଜାଣନ୍ତୁ ପୁରା ଘଟଣା

ବିଶ୍ୱାସ ମୂଳେ ଭଗବାନ

ଗୋପ(ଓଡ଼ିଶା ଭାସ୍କର): କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ । ପୋଲିସ ମଧ୍ୟ ଭଗବାନଙ୍କ ଉପରେ ବିଶ୍ୱାସ କରୁଛି । ଏପରି ଏକ ଘଟଣା ଘଟିଛି ଗୋପ ଥାନା ଅଞ୍ଚଳରେ । ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ନିୟମ କରିବାକୁ ଦୁଇ ପକ୍ଷଙ୍କୁ କହିଥିଲା । କିନ୍ତୁ ଶନିବାର ସକାଳୁ ଠାକୁରଙ୍କ ନିକଟକୁ ନିୟମ କରିବାକୁ
ଯିବା ପୂର୍ବରୁ ଚୋରି ହୋଇଥିବା ଦୋକାନ ପାଖରୁ ମିଳିଥିଲା ଚୋରି ହୋଇଥିବା ୨୪ ହଜାରର ଦାମି ମୋବାଇଲ୍‌ ଓ ୨ ହଜାର ଟଙ୍କା ମୂଲ୍ୟର ହାତ ଘଣ୍ଟା ।

ପ୍ରକାଶ ଯେ, ଗତ ୩ ତାରିଖ ପୂର୍ବାହ୍ନରେ ଶିଶୋ ଗ୍ରାମର ଅକ୍ଷୟ ପ୍ରଧାନ ତାଙ୍କର ଷ୍ଟୋପ୍‌ କାମ କରିବାକୁ ଆସିଥିଲେ । ଗୋପ ଟେଷ୍ଟ ବ୍ୟାଙ୍କ ନିକଟସ୍ଥ ଏକ ଓଲ୍ଡ଼ଙ୍ଗି
ଦୋକାନରେ କାମ ସରିବା ପରେ ନିକଟସ୍ଥ ଏକ ନଳକୂରେ ହାତ ଧୋଇବା ପାଇଁ ଯାଇଥିବା ସମୟରେ ତାଙ୍କର ଏହି ଦାମି ମୋବାଇଲ୍‌ ଓ ହାତ ଘଣ୍ଟା ଚୋରି ହୋଇ ଯାଇଥିଲା । ଯୁବକ ଜଣଙ୍କ ନିକଟରେ ଥିବା ଦୋକାନୀ ଜଣଙ୍କ ନାମରେ ଗୋପ ଥାନାରେ ଏକ ଅଭିଯୋଗ ପତ୍ର ଦେଇଥିଲେ । ପୋଲିସ ମଧ୍ୟ ଅଭିଯୋଗ ହୋଇଥିବା ଯୁବକଙ୍କୁ ଡାକି ପଚରାଉଚରା କରିବା ବେଳେ ଅଭିଯୋଗକାରୀ ଯୁବକ ମୋବାଇଲ୍‌ ଓ ହାତ ଘଣ୍ଟା ନେଇ ନ ଥିବା କହିବାରେ ପୋଲିସ ଉଭୟ ପକ୍ଷଙ୍କୁ ଗୋପ ବ୍ଲକ ବଣିଆସାହି ପଞ୍ଚାୟତ ଅଧୀନ ସାମନ୍ତରାପୁର ଗ୍ରାମରେ ଥିବା ପ୍ରସିଦ୍ଧ ବାବା ବକ୍ରେଶ୍ୱରଙ୍କ ନିକଟରେ ନିୟମ ପ୍ରମାଣ କରିବାକୁ କହିଥିଲା ।

ସେହି ଅନୁସାରେ ଶନିବାର ସକାଳୁ ୨ ପକ୍ଷ ନିୟମ କରିବାକୁ ବାବା ବକ୍ରେଶ୍ୱରଙ୍କ ନିକଟକୁ ଯିବାର ଥିଲା । ହେଲେ ନିୟମ ପୂର୍ବରୁ ଚୋରି ହୋଇ ଥିବା ସ୍ଥାନରେ ମୋବାଇଲ୍‌ ଓ ହାତ ଘଣ୍ଟା ଥୁଆ ହୋଇ ଥିବା ଜଣା ପଡ଼ିବା ପରେ ଚୋରି ଯାଇଥିବା ଯୁବକ ଅକ୍ଷୟ ଆସି ତାଙ୍କର ମୋବାଇଲ୍‌ ଓ ଘଣ୍ଟା ନେଇଥିଲେ । ପୂର୍ବରୁ ମଧ୍ୟ ଏହି
ବାବା ବାକ୍ରେଶ୍ୱରଙ୍କ ଉପରେ ଏ ଅଞ୍ଚଳର ସମସ୍ତ ସାଧାରଣ ଲୋକ ସହିତ ସ୍ଥାନିୟ ପୋଲିସର ଭରସା ବିଶ୍ୱାସ ରହିଥିବା କୁହାଯାଇଛି । ଆଗରୁ ମଧ୍ୟ ଅଧିକାଂଶ
ମାମଲା ଏହି ଠାକୁରଙ୍କ ପିଠରେ ସମାଧାନ ହୋଇଛି ବୋଲି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.