fbpx

ବିଦ୍ୟାଭାରତୀଙ୍କ ମୋବାଇଲରୁ ମିଳିଲା ଫଟୋ ଓ ରେକର୍ଡିଂ, ପୋଲିସ ଆଜି ଯିବ କପ୍ତିପଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟୁନି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନକୁ ନେଇ ସୌମ୍ୟଙ୍କ ପରିବାର ସଦସ୍ୟ ଅନେକବାର ପ୍ରଶ୍ନ ଉଠାଇଥିଲେ । ଅପରପକ୍ଷେ ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବା ବେଳେ ସୌମ୍ୟ କେମିତି ମୃତ୍ୟୁକାଳୀନ ଜମାନବନ୍ଦୀ ଦେଲେ, ସେ ନେଇ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ତେବେ ପୂର୍ବରୁ ବିଦ୍ୟାଭାରତୀଙ୍କୁ ପୋଲିସ ଜେରା କରିସାରିଥିବା ବେଳେ ଆଜି ପୁଣି ଦ୍ୱିତୀୟ ଥର ପାଇଁ ଜେରା କରାଯିବ । ଏହାଛଡ଼ା ବିଦ୍ୟାଭାରତୀଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିବା ଜଣେ ଯୁବକଙ୍କୁ ମଧ୍ୟ ଜେରା କରାଯାଇପାରେ । ତେବେ ଇତିମଧ୍ୟରେ ଜବତ ହୋଇଥିବା ମୋବାଇଲରୁ ବିଦ୍ୟାଭାରତୀଙ୍କୁ କିଛି ଫଟୋ, ରେକର୍ଡିଂ ମିଳିଥିବାରୁ ପୋଲିସକୁ କିଛି ନୂଆ ତଥ୍ୟ ମିଳିପାରେ । ଆଜି ତଦନ୍ତକାରୀ ଦଳ ବିଦ୍ୟାଭାରତୀଙ୍କୁ ଜେରା ପାଇଁ କପ୍ତିପଦା ଗସ୍ତ କରିବ । ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରାଯାଉଥିବାରୁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.