fbpx

ଚେତାବନୀ ଦେଇ ବବି ମିଶ୍ରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବବି ମିଶ୍ରଙ୍କୁ ଚେତାବନୀ ଦେଇ ଛାଡିଛି ପୋଲିସ । ସକାଳ ଠାରୁ ବବିଙ୍କୁ ଅଟକ ରଖାଯାଇଥିବା ବେଳେ ସନ୍ଧ୍ୟାରେ ଚେତାବନୀ ଦେଇ ଛାଡିଛି ପୋଲିସ । ଥାନାରୁ ନୋଟିସ ଦେବା ସହିତ ପୋଲିସ ଛାଡିଥିବା ଜଣାପଡିଛି । ୪୧ ସିଆରପିସି ନୋଟିସ ଦେଇ ବବିଙ୍କୁ ଛାଡିଛି ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଶନିବାର ରାତିରେ ପାର୍କିଂ ଲଟକୁ ନେଇ ବବି ମିଶ୍ର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ମାମଲା ନୟାପଲ୍ଲୀ ଥାନାରେ ପହଞ୍ଚିବା ପରେ ଉଭୟଙ୍କୁ ଥାନାକୁ ଡକାଇଥିଲା ପୋଲିସ । ମାମଲାର ତଦନ୍ତ ପରେ ଚେତାବନୀ ଦେବା ସହିତ ପୋଲିସ ଛାଡିଥିବା ଜଣାପଡିଛି ।

Get real time updates directly on you device, subscribe now.