ଗେଷ୍ଟ ହାଉସ୍ରେ ଚାଲିଥିଲା ସେକ୍ସ କାରବାର; ପଶିଲା ପଶିଲା ପୋଲିସ, ଦୌଡ଼ିଲେ କର୍ମଚାରୀ
ବିହାରର ଜାହାନାବାଦ ସହରରେ କେତେକ ହୋଟେଲ ଓ ଗେଷ୍ଟ ହାଉସ୍ରେ ସେକ୍ସ ରାକେଟ୍ ଚାଲୁଥିଲା। ଏ ସମ୍ପର୍କରେ ପୋଲିସ ଅଭିଯୋଗ ପାଇଥିଲା। ଏହା ପରେ ଆକସନ ମୋଡ୍କୁ ଆସିଥିଲା ପୋଲିସ
ଜାହାନାବାଦ: ଅଚାନକ୍ ୬ଟି ଗେଷ୍ଟ ହାଉସ୍ରେ ପଶିଲା ପୋଲିସ ଟିମ୍। ପୋଲିସକୁ ଦେଖି ଧାଇଁଲେ ଗେଷ୍ଟ ହାଉସ କର୍ମଚାରୀ। ପୋଲିସ ପ୍ରତି ରୁମ୍ ଯାଞ୍ଚ କରି ୨୬ ଯୋଡ଼ି ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ପରିବେଶ ଓ ପରିସ୍ଥିତିକୁ ଦେଖିଲେ ସେଠାରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ହୋଇଛି। ପୋଲିସ ସମସ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି।
ବିହାରର ଜାହାନାବାଦ ସହରରେ କେତେକ ହୋଟେଲ ଓ ଗେଷ୍ଟ ହାଉସ୍ରେ ସେକ୍ସ ରାକେଟ୍ ଚାଲୁଥିଲା। ଏ ସମ୍ପର୍କରେ ପୋଲିସ ଅଭିଯୋଗ ପାଇଥିଲା। ଏହା ପରେ ଆକସନ ମୋଡ୍କୁ ଆସିଥିଲା ପୋଲିସ। ସୂଚନା ଆଧାରରେ ଜାହାନାବାଦ ଏସ୍ପି କୋଟା କିରଣ କୁମାରଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଚଢ଼ାଉ ଚଢ଼ଉ ଅଭିଯାନ ଆରମ୍ଭ କରିଥିଲା।
ଆଜି ପୋଲିସ ଟିମ୍ ମିଳିତ ଭାବେ ଷ୍ଟେସନ୍ ରୋଡ୍, ଫିଦା ହୁସେନ୍ ଓ ଅରୱାଲ ମୋଡ଼ ସମେତ ୬ଟି ରେଷ୍ଟ ହାଉସ୍ରେ ଚଢ଼ାଉ କରିଥିଲା। ପ୍ରତି ରୁମ୍ ଯାଞ୍ଚ କରିଥିଲା। ସେହି ସମୟରେ କେତେକ ରୁମ୍ରୁ ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲା। ପୋଲିସ ସୂଚନା ଅନୁସାରେ ମୋଟ୍ ୨୬ ଜଣ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଛି।
ସଦର ଏସ୍ଡିପିଓ ଅନିକେତ କୁମାର ଦ୍ୱିବେଦୀ କହିଛନ୍ତି; ଅଟକ ଥିବା ଯୁବକ-ଯୁବତୀଙ୍କୁ ପଚରାଉଚରା କରାଯାଉଛି। ଯାଞ୍ଚ ବେଳେ ଯଦି କାହା ବିରୋଧରେ କୌଣସି ସନ୍ଦିଗ୍ଧ କିମ୍ବା ବେଆଇନ କାର୍ଯ୍ୟକଳାପର ପ୍ରମାଣ ନମିଳେ, ତେବେ ସେମାନଙ୍କ ପରିବାର ଲୋକଙ୍କୁ ଡକାଇ ପିଆର୍ ବଣ୍ଡରେ ଛାଡ଼ି ଦିଆଯାଇପାରେ।
ଏହି ପୂରା ଅଭିଯାନର ନେତୃତ୍ୱ ନେଇଥିଲେ ଜାହାନାବାଦ ସଦର ଏସ୍ଡିପିଓ ଅନିକେତ କୁମାର ଦ୍ୱିବେଦୀ। ତାଙ୍କ ସହ ନଗର ଥାନା ଅଧିକାରୀ ଆଲୋକ କୁମାର ଏବଂ ସର୍କଲ ଇନ୍ସପେକ୍ଟର ଦିବାକର କୁମାର ବିଶ୍ୱକର୍ମା ମଧ୍ୟ ସାମିଲଥିଲେ।


