fbpx

IPL-2023 ରେ ମୁମ୍ବାଇ ଦଳକୁ ଫେରୁଛନ୍ତି କାଏରନ ପୋଲାର୍ଡ: କିନ୍ତୁ ଆଉ ଏକ ନୂଆ ଅବତାରରେ

ମୁମ୍ବାଇ: ଆଇପିଏଲ-୨୦୨୩ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ମିଳିଛି ଏକ ବଡ ଖୁସି ଖବର । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳରେ ଯୋଡି ହୋଇଛନ୍ତି ପୂର୍ବତନ ଷ୍ଟାର ଅଲରାଉଣ୍ଡର କାଏରନ ପୋଲାର୍ଡ । ଗତବର୍ଷ ଆଇପିଏଲରୁ ବିଦାୟ ନେଇଥିବା ପୋଲାର୍ଡ ଚଳିତବର୍ଷ ପୁଣିଥରେ ଫ୍ରାଞ୍ଚାଇଜି ସହିତ ଯୋଡି ହୋଇଛନ୍ତି । ତେବେ ଆଇପିଏଲରେ ମୁମ୍ବାଇ ତରଫରୁ ସେ ଏକ ନୂଆ ଭୂମିକା ଏବଂ ନୂଆ ଅବତାରରେ ଯୋଡି ହୋଇଛନ୍ତି । ଚଳିତବର୍ଷ ସେ ଜଣେ ଖେଳାଳି ନୁହେଁ, ବରଂ ଜଣେ କୋଚ ଭାବରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି ।

ଦମଦାର ଶଟ୍ ଏବଂ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଦୀର୍ଗ ଦିନ ପର୍ଯ୍ୟନ୍ତ ପୋଲାର୍ଡ ମୁମ୍ବାଇ ଦଳ ସହ ଯୋଡି ହୋଇ ରହିଥିଲେ । କିନ୍ତୁ ଗତବର୍ଷ ସେ ଆଇପିଏଲରୁ ଅବସର ନେଇଛନ୍ତି । ତେବେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର କୋଚ ଭାବରେ ନିଜର ପ୍ରଥମ ପ୍ରି-ସିଜନ୍ ପ୍ରାକ୍ଟିସ ସେଶନରେ ଭାଗ ନେଇଛନ୍ତି । ପ୍ରଥମ ପ୍ରାକ୍ଟିସ ସେଶନର ଶେଷ ହେବା ପରେ ପୋଲାର୍ଡ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ଏବଂ ଏହାର ପ୍ରତିନିଧିତ୍ୱ କରିବା ଭଳି ଅଭିଜ୍ଞତାକୁ ଶବ୍ଦରେ କହିବା ସମ୍ଭବ ନୁହେଁ । ବ୍ୟକ୍ତିଗତ ଭାବରେ ସେମାନେ ମୋ ପାଇଁ ବହୁତ କିଛି କରିଛନ୍ତି ଏବଂ ଜଣେ ଖେଳାଳି ଭାବେ ମୁଁ ମଧ୍ୟ ଅନେକ କିଛି କରିବା ପାଇଁ ଚେଷ୍ଟା କରିଛି । ତେବେ ଏହା ଭିତରେ ଯେଭଳି ସମ୍ପର୍କ ଅଛି ତାହା କେବେ ପରିବର୍ତ୍ତନ ହେବନାହିଁ । ନିଜ ପୁରୁଣା ଟିମରେ କୋଚ ଭାବରେ ନିୟୋଜିତ ହେବା ମୋ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ପୋଲାର୍ଡ ।

IPL 2023: Kieron Pollard calls it TIME on IPL career, takes up batting  coach role in Mumbai Indians & MI Emirates, Check OUT

ଗତବର୍ଷ ନଭେମ୍ବରରେ ଆଇପିଏଲରୁ ଅବସର ଘୋଷଣା କରିଥିଲେ ଷ୍ଟାର ଅଲରାଉଣ୍ଡର କାଏରନ ପୋଲାର୍ଡ । ଏହାପରେ ଦଳରେ ବ୍ୟାଟିଂ କୋଚ ଭାବରେ ଯୋଗ ଦେବାକୁ ସେ ମନସ୍ଥ କରିଥିଲେ । ୨୦୧୦ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡି ହୋଇଥିଲେ କାଏରନ ପୋଲାର୍ଡ । ଏହାପରେ ସେ ଲଗାତାର ଭାବରେ ଦଳରେ ରହିଥିଲେ ଏବଂ ପ୍ରମୁଖ ଭୂମିକା ତୁଲାଇଛନ୍ତି । ମୁମ୍ବାଇ ଦଳ ପାଇଁ ସେ ମୋଟ ୧୮୯ଟି ମ୍ୟାଚ ଖେଳିଥିବା ବେଳେ ୩୪୧୨ରନ କରିଛନ୍ତି । ଏହାମଧ୍ୟରେ ନିଜ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଏବଂ ୬୯ଟି ୱିକେଟ ଅକ୍ତିଆର କରିଛନ୍ତି କାଏରନ ପୋଲାର୍ଡ ।

Get real time updates directly on you device, subscribe now.