fbpx

କ’ଣ ପୁଣି ଥରେ ଦେହରୁ ସବୁ କପଡା ଖୋଲି ଦେବି, ଏପରି ମନ୍ତବ୍ୟ କାହିଁକି ଦେଲେ ପୁନମ ପାଣ୍ଡେ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ନିଜର ବୋଲ୍ଡ ଫଟୋ ପୋଷ୍ଟ କରିବା ଏବଂ ବେପରୁଆ ମନ୍ତବ୍ୟ ଦେବାରେ ଜଣାଶୁଣା ମୋଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ। ଏବେ ସେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ନେଇ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଉପରେ କିଛି ପ୍ରତିକ୍ରିୟା ଦେବାକୁ ଚାହିଁବେ। ଉତ୍ତରରେ ପୁନମ ପାଣ୍ଡେ ଆକ୍ଷେପଭରା ସ୍ଵରରେ ପଚାରି ଥିଲେ ଯେ, କଣ ବାସ୍ତବରେ କ୍ରିକେଟ୍ ଖେଳ ଚାଲିଛି। କଣ ଆପଣ ଚାହୁଁଛନ୍ତି ମୁଁ ପୁଣି ଥରେ ଭାରତ ଜିତିଲେ ଉଲଗ୍ନ ହେବା କଥା କହିବି।

ପୁନମ ନିଜର ସ୍ଵାମୀ ସାମ ବମ୍ବେଙ୍କ ସହିତ ଫିଲ୍ମ ଓ ଟିଭି ଉଦ୍ୟୋଗର ସ୍ପଟ୍ ବୟଜଙ୍କୁ ରାସନ କିଟ୍ ବାଣ୍ଟିବାକୁ ବାହାରିଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପୁନମ କହିଛନ୍ତି, ମୋତେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ମ୍ୟାଚ୍ ବିଷୟରେ କୌଣସି ସୂଚନା ନାହିଁ। ମୁଁ ଘରକୁ ଯାଇ ଯଦି ସମ୍ଭବ ଏହି ବିଷୟରେ ଚିନ୍ତା କରିବି। ପୁନମଙ୍କ କଥାକୁ କାଟି ତାଙ୍କ ସ୍ଵାମୀ ଅଚାନକ, ମୁଁ ନଗ୍ନ ହେବାକୁ ପ୍ରସ୍ତୁତ ବୋଲି କହିଥିଲେ। ଏହା ଉପରେ ପୁନମ କହିଥିଲେ, ତୁମେ ନଗ୍ନ ହୁଅ ନାହିଁ ନଚେତ୍ ଭାରତ ମ୍ୟାଚ୍ ହାରିଯିବ।

ସୂଚନାଯୋଗ୍ୟ, ୨୦୧୧  ବିଶ୍ଵ କପ୍ ଫାଇନାଲ୍ ମ୍ୟାଚକୁ ନେଇ ପୁନମ ବିବାଦୀୟ ବୟାନ ଦେଇଥିଲେ। ସେହି ସମୟରେ ସେ ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ କହିଥିଲେ ଯେ, ଯଦି ଭାରତୀୟ ଦଳ ବିଶ୍ଵ କପ୍ ଜିତନ୍ତି ତେବେ ସେ ଦେହରୁ ସବୁ କପଡା ଖୋଲି ଦେବେ। କିନ୍ତୁ ପରେ ଏମିତି କିଛି ଘଟିନଥିଲା। ପରେ ପୁନମ କହିଥିଲେ, ତାଙ୍କୁ ବିସିସିଆଇ ପକ୍ଷରୁ ଏଥିପାଇଁ ଅନୁମତି ମିଳିନଥିଲା।

Get real time updates directly on you device, subscribe now.