fbpx

ଯାଜପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: ୪ ଗୁରୁତର

ଯାଜପୁର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ କମେଣ୍ଟମରାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସଂଘର୍ଷ । ଏହି ସଂଘର୍ଷରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମଙ୍ଗଳପୁର ଥାନା ବଣସାହିରେ ବିଳମ୍ବିତ ରାତିରେ ଏହି ସଂଘର୍ଷ ସହିତ ଭଙ୍ଗାରୁଜା ହୋଇଥିଲା । ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କୁ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହୋଇଥିଲା ।

ତେବେ ଗଣ୍ଡଗୋଳରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବା ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିଛି । ୮୫୨ ରୁ ୭୬୬ ଆସନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ଏଥିସହ ଦଳ ୨୦୧୨ରେ ପାଇଥିବା ସଫଳତାକୁ ମଧ୍ୟ ଅତିକ୍ରମ କରିଛି । ଖାଲି ଏତିକି ନୁହେଁ ୨ କୋଟି ୧୦ ଲକ୍ଷ ଭୋଟ୍ ମଧ୍ୟରୁ ଦଳ ପାଖାପାଖି ୧ କୋଟି ୧୧ ଲକ୍ଷ ଭୋଟ୍ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.