ପୋଷ୍ଟ ଅଫିସ୍‌ରେ ଏହି ଯୋଜନାରେ ହେବ ଟଙ୍କା ଡବଲ

ଗ୍ରାମୀଣ ହେଉ ବା ସହରାଞ୍ଚଳ। ସବୁଠି ଅଛନ୍ତି ଠକ। ତେଣୁ ନିଜର ଝାଳବୋହା ଧନକୁ ସୁରକ୍ଷିତ ରଖିବା ପାଇଁ ଚିନ୍ତାରେ ଗ୍ରାହକ। ଏପରି ସ୍ଥିତିରେ ଭାରତୀୟ ଡାକ ଆଣିଛି ଜବରଦସ୍ତ ସ୍କିମ୍‌। ଏହି ଯୋଜନାରେ ଥରେ ଟଙ୍କା ରଖିଲେ ହେବ ଡବଲ। ଏହା ୧୦୦ ପ୍ରତିଶତ ସରକାରୀ ଗ୍ୟାରେଣ୍ଟି। ତେଣୁ ଭୟ କରନ୍ତୁ ନାହିଁ, ସମୟ ଥାଉଁଥାଉଁ ଶୀଘ୍ର ଏହି ଯୋଜନାରେ କରନ୍ତୁ ନିବେଶ। ଦରକାର ପଡ଼ିରେ ମଝିରେ ମଧ୍ୟ ଟଙ୍କା ଉଠାଇ ପାରିବେ ଓ ବ୍ୟାଙ୍କରେ ସାର୍ଟିଫିକେଟ ଦେଇ ଟଙ୍କା ଋଣ ଆଣିପାରିବେ।

ପୋଷ୍ଟ ଅଫିସରେ ରହିଛି ‘କିସାନ ବିକାସ ପତ୍ର’ (KVP)। ଏଠାରେ ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ। କାରଣ ଏହା ଉପରେ ଭାରତ ସରକାରଙ୍କ ୧୦୦% ଗ୍ୟାରାଣ୍ଟି ରହିଛି।

ନିବେଶକମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ, ଟଙ୍କା କେବେ ଡବଲ ହେବ? ବର୍ତ୍ତମାନ ସୁଧ ହାର ଅନୁଯାୟୀ, KVPରେ ଲଗାଇଥିବା ଟଙ୍କା ଠିକ ୧୧୫ ମାସ (ଅର୍ଥାତ ୯ ବର୍ଷ ୭ ମାସ)ରେ ଦୁଗୁଣା ହୋଇଯାଏ। ସରଳ ଭାଷାରେ କହିବାକୁ ଗଲେ, ଯଦି ଆପଣ ଆଜି ୫ ଲକ୍ଷ ଟଙ୍କା ନିବେଶ କରନ୍ତି, ତାହାହେଲେ ମେଚ୍ୟୁରିଟି ସମୟରେ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ।

KVP ଯୋଜନାରେ ବର୍ତ୍ତମାନ ୭.୫ ପ୍ରତିଶତ ବାର୍ଷିକ ସୁଧ ମିଳୁଛି। ଯାହା ଆଜିକାଲି ଅନେକ ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD)ଠାରୁ ଭଲ। ଆପଣ କେବଳ ୧୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ। ସବୁଠାରୁ ଭଲ କଥା ହେଉଛି, ଏଥିରେ ନିବେଶର କୌଣସି ସୀମା ନାହିଁ। ଆପଣ ଇଚ୍ଛାମତେ ଯେତେ ରଖି ପାରିବେ।

କେମିତି ଖୋଲିବେ ଖାତା?

ପୋଷ୍ଟ ଅଫିସ୍‌ରେ ଖାତା ଖୋଲିବା ବହୁତ ସହଜ। ଭାରତର କୌଣସି ପ୍ରାପ୍ତବୟସ୍କ ନାଗରିକ ଏକାକୀ କିମ୍ବା ଯୁଗ୍ମ ଭାବେ ଖାତା ଖୋଲିପାରିବେ। ଏହା ସହିତ, ମାତାପିତା ନିଜ ସନ୍ତାନଙ୍କ ନାଁରେ ମଧ୍ୟ ଏହି ସର୍ଟିଫିକେଟ୍ କିଣିପାରିବେ। ଏଥିରେ ନୋମିନେସନ୍ ସୁବିଧା ମଧ୍ୟ ରହିଛି। ଦେଶର କୌଣସି ପୋଷ୍ଟ ଅଫିସରୁ ଏହା କିଣିପାରିବେ। ପରେ ଆବଶ୍ୟକତା ଅନୁଯାୟୀ ଅନ୍ୟ ପୋଷ୍ଟ ଅଫିସକୁ ଟ୍ରାନ୍ସଫର୍ କରିପାରିବେ।

ଲମ୍ବା ସମୟର ନିବେଶ ବେଳେ, ଯଦି ମଝିରେ ଟଙ୍କା ଦରକାର ହୁଏ, ତାହାହେଲେ କଣ ହେବ? କଠଚରେ ଏହାର ମଧ୍ୟ ସମାଧାନର ରାସ୍ତା ରହିଛି। ୨.୫ ବର୍ଷ (ଅଢ଼େଇ ବର୍ଷ)ର ଲକ-ଇନ ପିରିଅଡ ସମାପ୍ତ ହେବା ପରେ ଆପଣ ଆବଶ୍ୟକତା ପଡ଼ିଲେ ଟଙ୍କା ଉଠାଇପାରିବେ। ଏହାଛଡ଼ା, କୌଣସି ଆପାତକାଳୀନ ସ୍ଥିତିରେ ଆପଣ ଏହି କଠଚ ସର୍ଟିଫିକେଟ୍‌କୁ ବ୍ୟାଙ୍କରେ ବନ୍ଧା ରଖି ସହଜରେ ଋଣ ମଧ୍ୟ ନେଇପାରିବେ। ଯାହା ଦ୍ୱାରା ଆପଣଙ୍କ କାମ ଅଟକିବ ନାହିଁ।