fbpx

ପୌର ନିର୍ବାଚନ: ଅପରମ୍ପାର ସଫଳତା ସହିତ ବିଜେଡିକୁ ୫୦ ପ୍ରତିଶତ ଭୋଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷ ହୋଇଛି ପୌର ନିର୍ବାଚନ । ଅଦ୍ଭୂତପୂର୍ବ ପ୍ରଦର୍ଶନ ସହିତ ବିପୁଳ ବିଜୟ ହାସଲ କରିଛି ବିଜେଡି । ଦଳ ୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡିକୁ ମିଳିଛି ସମୁଦାୟ ୪୮ ପ୍ରତିଶତ ଭୋଟ । ପୌରାଧ୍ୟକ୍ଷ ପାଇଁ ଅନୁଷ୍ଠିତ ଭୋଟରେ ଦ୍ୱିତୀୟ ସଫଳ ଦଳ ଭାବରେ ବିଜେପି ୧୬ ଆସନରେ ବିଜୟୀ ହୋଇଥିବା ବେଳେ ଦଳର ଭୋଟ ପ୍ରତିଶତ ୨୯ ରହିଛି । ଅନ୍ୟ ପକ୍ଷରେ କଂଗ୍ରେସକୁ ମାତ୍ର ୧୨ ପ୍ରତିଶତ ଭୋଟ ମିଳିଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ମିଳିଛି ୯ ପ୍ରତିଶତ ଭୋଟ ।

କାଉନସିଲର ପଦବୀ ପାଇଁ ୫୦ ପ୍ରତିଶତ ଭୋଟ ବିଜେଡି ଖାତାକୁ ଯାଇଛି । ବିଜେପିକୁ ୨୭ ପ୍ରତିଶତ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୧୨ ଓ ଅନ୍ୟାନ୍ୟ ଦଳଙ୍କୁ ୯ ପ୍ରତିଶତ ଭୋଟ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୩ଟି ଯାକ ମହାନଗର ନିଗମରେ ମେୟର ପଦବୀ ହାତେଇ ନେଇଛି ବିଜେଡି ।

Get real time updates directly on you device, subscribe now.