fbpx

ରାଜ୍ୟରେ ରହିବନି ବିଜୁଳି କାଟ ସମସ୍ୟା, ଆଗକୁ ମିଳିବ ଉନ୍ନତମାନର ସୁବିଧା : ଟାଟା ପାୱାର

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍‌ କରି ପାରି ନଥିଲୁ । ଏବେ ଆମେ ମେଣ୍ଟେନାସ୍‌ କରୁଛୁ । ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ କାମ ଚାଲିଛି । ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍‌ କାମ କେବଳ ସକାଳ ସମୟରେ ହେବ । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍‌ କାଟ୍‌ ନକରିବାକୁ କୁହାଯାଇଛି । ବିଗତ କିଛି ବର୍ଷ ମଧ୍ୟରେ ସିଷ୍ଟମରେ କୌଣସି ମେେଂଟନାସ୍‌ ହୋଇ ନଥିଲା ତେଣୁ ଆମକୁ ସବୁ କରିବାକୁ ପଡୁଛି ।

ଗତବର୍ଷ ୨୫୦ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଚାଲିଥିବା ଘନ ଘନ ବିଜୁଳି କାଟ ଓ ଅତ୍ୟଧିକ ବିଲ ଆସିବା ନେଇ ଏହି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏନେଇ ପ୍ରତିକ୍ରିୟା ଦେଇ କମ୍ପାନୀର ମୁଖ୍ୟ କୋଟି ଓ ଚଳିତ ବର୍ଷ ମଧ୍ୟ ୪୦୦ କୋଟି ଟଙ୍କାର ନିବେଶ ହେବ ବୋଲି କହିଛନ୍ତି ଟାଟା ପାୱାର ସିଇଓ ଭାସ୍କର ସରକାର ।

ବିଧାନସଭାର ବୁଧବାର ଦିନ ଶକ୍ତି ସମ୍ପର୍କିତ ଷ୍ଟାଣ୍ଡି କମିଟି ବୈଠକ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ- ନର୍ଥ ଡିଭିଜନ) ଭାସ୍କର ସରକାର କହିଛନ୍ତି ଯେ, ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ, ସେଥିପାଇଁ ମେଣ୍ଟେନାନ୍ସ କାମ ଚାଲିଛି । ଶକ୍ତି ସଚିବ ନିକୁଞ୍ଜ ଧଳ କହିଛନ୍ତି ଯେ ରାଜ୍ୟରେ ବିଦ୍ୟୁତ୍‌ ସଂକଟ ନଥିଲେ ମଧ୍ୟ କରୋନା ସଂକ୍ରମଣ ପାଇଁ ଦୁଇବର୍ଷ ଧରିମେଣ୍ଟେନାନ୍ସ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ତେଣୁ ମେଣ୍ଟେନାନ୍ସ କାମ ଚାଲିଥିବାରୁ ଆଗକୁ ଉନ୍ନତମାନର ବିଜୁଳି ସେବା ଯୋଗାଇ ଦିଆଯିବ । ତେବେ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଖରାଦିନ ଓ ପିଲାଙ୍କ ପାଠପଢ଼ା ପାଇଁ ବିଦ୍ୟୁତ୍‌ କାଟ୍‌ ନକରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.