fbpx

ସବିତା ପୁନିଆ ହେଉଛନ୍ତି ବାସ୍ତବ Great wall of india : ଶ୍ରୀଜେସ୍

ନୂଆଦିଲ୍ଳୀ: ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଅଲିମ୍ପିକ୍ସ ଫେରନ୍ତା ଖେଳାଳିଙ୍କ ସ୍ୱାଗତ ସମାରୋହ । ସମସ୍ତ ପଦକ ବିଜେତା ଖେଳାଳିଙ୍କୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଭାରତୀୟ ପୁରୁଷ ହକି ଦଳକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନିଜର ଗୋଲ କିପିଂ ପାଇଁ ଦ ୱାଲ ଭାବରେ ପରିଚୟ ସୃଷ୍ଟି କରିଥିବା ପି ଆର ଶ୍ରୀଜେସ କିନ୍ତୁ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ।
ମହିଳା ହକି ଦଳର ଗୋଲକିପର ସବିତା ପୁନିଆଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଶ୍ରୀଜେସ । ସବିତା ହିଁ ବାସ୍ତବ ଗ୍ରେଟ ୱାଲ ଅଫ ଇଣ୍ଡିଆ ବୋଲି କହିଛନ୍ତି ଶ୍ରୀଜେସ୍ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ମହିଳା ଦଳ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲା ତେବେ ସମଗ୍ର ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି ଶ୍ରୀଜେସ କହିଛନ୍ତି । ତେବେ ପ୍ରଥମ ଥର ପାଇଁ ସେମିରେ ପହଞ୍ଚି ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା ମହିଳା ଦଳ । ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟର ଫାଇନାଲରେ ଚମକ୍ରାର ପ୍ରଦର୍ଶନ ପାଇଁ ପୁନିଆଙ୍କୁ ଗ୍ରେଟ ୱାଲ ଅଫ ଇଣ୍ଡିଆ ଭାବରେ ଅଭିହିତ କରିଥିଲେ ଅଷ୍ଟ୍ରେଲୀୟ ସଚିବ ।

Get real time updates directly on you device, subscribe now.