ସସପେନ୍ସ ଓ ଟ୍ବିଷ୍ଟ ଭରା କାହାଣୀ ନେଇ ପରଦାକୁ ଫେରିଲେ ସାଉଥ ସୁପରଷ୍ଟାର ପ୍ରଭାସ; ପ୍ରଥମ ଦିନରେ ହିଁ ହାଉସଫୁଲ୍…

ପରଦାକୁ ଫେରିଲେ ସାଉଥ୍ ଷ୍ଟାର ପ୍ରଭାସ

ଓଡିଶା ଭାସ୍କର: ବାହୁବଳୀ ପରଠାରୁ ଚର୍ଚ୍ଚାର ପରିସରକୁ ଆସିଥିବା ଡାସିଙ୍ଗ ଷ୍ଟାର ପ୍ରଭାସ ଏବେ ପୁଣି ପରଦାକୁ ଫେରିଛନ୍ତି। ମାତ୍ର ଏଥର କାହାଣୀ କିଛି ଅଲଗା ରହିଛି। ଡାର୍ଲିଙ୍ଗ ସିନେମାରେ ନେଇ ଥିବା ଲୁକ ପରି କିଛି ହଟକେ ଲୁକରେ ପ୍ରଭାସଙ୍କୁ ଏହି ସିନେମାରେ ଦେଖିବାକୁ ମିଳିବ।

ଆଜି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ”ଦ ରାଜା ସାବ୍” ରିଲିଜ ହୋଇଛି। ଏହି ଅବସରରେ ଧମାକାଧାର ଫିଲ୍ମ ଦେଖିବା ପାଇଁ ହଲରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଛି।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି କି ଏହି ଫିଲ୍ମଟି ପ୍ରଥମ ଦିନରେ କେତେ ଟଙ୍କା ଆୟ କରିଛି। ଆସନ୍ତୁ ସେ ଉପରେ ନଜର ପକାଇବା। ହରର କମେଡି ଥିବା ଏହି ଫିଲ୍ମ ପ୍ରଥମ ଦିନରେ କେତେ କୋଟି ଟଙ୍କା ଆୟ କରିଛି ଆସନ୍ତୁ ଜାଣିବା।

ଜନ ନାୟକନ ଫିଲ୍ମ ପୋଷ୍ଟଫୋନ ହେଲା:

ଆଜି ସାଉଥ ଷ୍ଟାର ବିଜୟଙ୍କ ଫିଲ୍ମ ଜନ ନାୟକନ ରିଲିଜ ହେବାର ଥିଲା। ମାତ୍ର ହଠାତ୍ ଏହାର ରିଲିଜ ଡେଟ ପୋଷ୍ଟ ଫୋନ କରାଯାଇଛି। ଏଣୁ ଏହାର ସମସ୍ତ ଫାଇଦା ନିଶ୍ଟିନ୍ତ ଭାବେ ଦ ରାଜା ସାବ ଚଳଚ୍ଚିତ୍ରକୁ ମିଳିବ ବୋଲି କୁହାଯାଉଛି। ଆନ୍ଧ୍ର ଓ ତାମିଲନାଡୁ ସମେତ ଅନ୍ଯାନ୍ଯ ଅଞ୍ଚଳେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଏବେ ଦର୍ଶକଙ୍କ ସଂଖ୍ଯା ବଢିବ ବୋଲି କୁହାଯାଉଛି।

କେତେ ଟଙ୍କା ଆୟ କରିବାର ସମ୍ଭାବନା: 

କୁହାଯାଉଛି କି ଏହି ଫିଲ୍ମଟି ଏଥର ବକ୍ସ ଅଫିସର ପ୍ରଥମ ଦିନରେ ୫୫ କୋଟିରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି। ତେବେ ଯଦି ଦେଖିବା ଏହି ଚଳଚ୍ଚିତ୍ରରେ ନିର୍ମାତା ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଏଣୁ ଏଥିରୁ ଯଦି ୪୦୦ କୋଟି ଆୟ କରାଯାଏ, ତେବେ ଯାଇ ଫାଇଦା ହୋଇପାରିବ ବୋଲି କୁହାଯାଉଛି।

ଭାରତୀୟ ବକ୍ସ ଅଫିସରେ ପ୍ରଭାସଙ୍କ ପ୍ରଥମ ଦିନରେ ଆୟ :

ବାହୁବଲୀ 2 –  121 କୋଟି
କଲ୍କି 2898 AD – 95.3 କୋଟି
ସଲାର – 90.7 କୋଟି
ସାହୋ – 89 କୋଟି
ଆଦିପୁରୁଷ- 86.75 କୋଟି
ରାଧେ ଶ୍ୟାମ – 43.1 କୋଟି