fbpx

ଜେଲ୍ ଭିତରେ କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟକାନ୍ତ ପାଠକ, ଆଇସୋଲେସନରେ ଏକାଠି ଅଛନ୍ତି ଭାବି ସମୁଦି

ଭୁବନେଶ୍ବର,୨୧/୦୫: ଓଡିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି। ଏଭଳି ସ୍ଥିତିରେ ଝାରପଡା ଜେଲରେ କରୋନା ବିସ୍ଫୋରଣ ଘଟିଛି। ଗୁରୁବାର ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜେଲ ବିଭାଗ ସୂଚନା ଦେଇଛି। ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ୧୯୫ ଜଣଙ୍କ ସାମ୍ପଲ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସଂକ୍ରମିତଙ୍କ ମଧ୍ୟରେ କଏଦୀ ଏବଂ ଷ୍ଟାଫ୍ ମଧ୍ୟ ରହିଛନ୍ତି । ଏହାପରେ ଜେଲ୍ କର୍ତ୍ତୃପକ୍ଷ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ପଜିଟିଭ୍‌ଙ୍କ ମଧ୍ୟରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଉଭୟଙ୍କୁ ଏବେ ଝାରପଡା  ଜେଲ୍‌ରେ ଥିବା ସ୍ବତନ୍ତ୍ର ଆଇସୋଲେସନରେ ଓ୍ବାର୍ଡରେ ରଖାଯାଇଛି। ବେଆଇନ ଅର୍ଥ ଓ ସଂପତ୍ତି ଠୁଳ ମାମଲାରେ ଉଭୟ ଜେଲ୍‌ରେ ଅଛନ୍ତି।ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି।

ତେବେ ଏତେ ସଂଖ୍ୟାରେ କଏଦୀ ଓ କର୍ମଚାରୀ ପଜିଟିଭ ରିପୋର୍ଟ ମିଳିବା ପରେ ଅନ୍ୟ ଅନ୍ତେବାସୀଙ୍କ ସୁରକ୍ଷା ନେଇ ଜେଲ କର୍ତ୍ତୁପକ୍ଷଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରାଗାର ପରିସରରେ ଥିବା ଏକ ବ୍ଲକକୁ ତୁରନ୍ତ ବିଶୋଧନ କରଯିବା ସହ ସମସ୍ତ ସଂକ୍ରମିତଙ୍କୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଉକ୍ତ ବ୍ଲକର ୮ କୋଠରୀରେ ସଂକ୍ରମିତ ହୋଇଥିବା ନୂଆ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଜେଲ ଡାକ୍ତର ଓ ଫାର୍ମାସିଷ୍ଟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟମିତ ଯାଞ୍ଚ କରିବା ସହ ଚିକିତ୍ସା ଦାୟିତ୍ୱରେ ରହିବେ ।

ଅନ୍ୟପକ୍ଷରେ ହଠାତ ଏତେ ସଂଖ୍ୟକ କଏଦୀଙ୍କୁ କରୋନା ପରେ ଜେଲରେ ସାନିଟାଇଜ ବ୍ୟବସ୍ଥା ଓ ଶାରୀରିକ ଦୂରତା କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେବାକୁ କାରାଗାର ବିଭାଗ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ।

Get real time updates directly on you device, subscribe now.