fbpx

ଲୋକାୟୁକ୍ତଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାୟୁକ୍ତ ଜଷ୍ଟିସ୍ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରଦୀପ । ପାଠକ ବାପ-ପୁଅ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ବର୍ତ୍ତମାନ ଜାମିନରେ ଅଛନ୍ତି ।

ଉଭୟ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀ ମିଥ୍ୟା ଦଲିଲ ସହାୟତାରେ ତାଙ୍କୁ ଗିରଫ କରିଥିଲେ । ଏହା ସହିତ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ମିଥ୍ୟା ନିର୍ଦ୍ଦେଶନାମା ସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଲୋକାୟୁକ୍ତ ସଦସ୍ୟ । ଏହାକୁ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ ଦର୍ଶାଇ ଏକ ପ୍ରେସମିଟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ଏବଂ ଓକିଲ ପୀତାମ୍ବର ଆଚାର୍ଯ୍ୟ ।

Get real time updates directly on you device, subscribe now.