fbpx

ପାରାଲିମ୍ପିକ୍ସରେ ପଦକ ପକ୍କା କଲେ ଓଡ଼ିଆ ପୁଅ ପ୍ରମୋଦ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ଆଉ ଏକ ପଦକ ମିଳିବା ପକ୍କା କରିଛନ୍ତି ଓଡ଼ିଆ ପୁଅ । ପାରାଲିମ୍ପିକ୍ସରେ ପଦକ ନିଶ୍ଚିତ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଫାଇନାଲକୁ ଉନ୍ନୀତ ହୋଇ ସେ ପଦକ ନିଶ୍ଚିତ କରିଛନ୍ତି । ଏସଏଲ-୩ ବର୍ଗର ସେମିରେ ଜାପାନର ଫୁଜିହାରାଙ୍କୁ ୨୧-୧୧, ୨୧-୧୬ ସେଟରେ ହରାଇଛନ୍ତି ପ୍ରମୋଦ । ଆଜି ଅପରାହ୍ନ ୩ଟାରେ ଖେଳାଯିବ ଫାଇନାଲ । ଏଥିରେ ସ୍ୱର୍ଣ୍ଣ ପଦକ ପାଇଁ ଲଢିବେ ଓଡ଼ିଆ ପୁଅ ପ୍ରମୋଦ ଭଗତ ।

Get real time updates directly on you device, subscribe now.