fbpx

ଦଳପ୍ରତି ମୋର ଭରସା ଅଛି: ୨୦୨୪ ନିର୍ବାଚନ ମଧ୍ୟ ମୁଁ…….

ଚିଲିକା: ମୋର ଦଳ ପ୍ରତି ଆଶା ଅଛି । ମୋର ଅନ୍ତରଆତ୍ମା ଡାକୁଛି । ବିଜେଡିରେ ମୁଁ ଅଛି ଆଉ ବିଜେଡିରେ ହିଁ ରହିବି । ଜେଲରୁ ବାହାରିଲା ପରେ ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇ କିଛି ଏଭଳି କଥା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ବିଜେପି ମତେ ଜୀବନରୁ ମାରି ଦେବାକୁ ଚକ୍ରାନ୍ତ କରିଥିଲା । ମୋର ଦଳ ପ୍ରତି ଆଶା ଅଛି ଆଉ ଦଳ ମତେ କ୍ଷମା କରିବ ମୋଲି ମୁଁ ଆଶାବାଦୀ । ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଲେ ଜଗଦ୍ଦେବ । ଏହା ସହିତ କହିଛନ୍ତି ମୁଁ ଲୋକମାନଙ୍କ ପାଇଁ କାମ କରୁଛି ଏବଂ ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବି । ମୋର ଯେଉଁ ଆର୍ଗେସିବ ଗୁଣ ରହିଛି ତାହା ପାଇଁ ଏହି ବିବାଦ ହେଲା ତେଣୁ ଏହାକୁ କିପରି କମ କରିବି ତାହାଉପରେ ମୁଁ କାର୍ଯ୍ୟ କରୁଛି ।

 

ବିଜେଡିରୁ ନିଲମ୍ବନ ହେବା ଆଉ ବହିଷ୍କାର ହେବା ପରେ ମଧ୍ୟ ଅନେକ ନେତା ଦଳରୁ ଟିକେଟ ପାଇ ନିର୍ବାଚନ ଲଢ଼ିଛନ୍ତି ମୁଁ ମଧ୍ୟ ଆଶାବାଦୀ ଦଳ ମତେ ଟିକେଟ ଦେବ । ୨୦୨୪ ନିର୍ବାଚନରେ ଦଳ ମତେ ଟିକେଟ ଦେବ ଆଉ ମୁଁ ଲଢ଼ିବି । ବର୍ତ୍ତମାନ ମଧ୍ୟ ମୋର କାମ ସୁରୁଖୁରରେ ଚାଲିଛି, ସରକାରି କାର୍ଯ୍ୟକ୍ରମରେମୁଁ ଯୋଗଦେଉଛି । ମୁଖ୍ୟମନ୍ତ୍ରୀଙ୍କ ଜନାଭିମୁଖୀ ଯୋଜନାକୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇ ହେବ ତାହାପ୍ରତି ମୁଁ କାମ କରୁଛି ଆଉ ନିରନ୍ତର କରିବି ବୋଲି ପ୍ରଶାନ୍ତ ସୂଚନା ଦେଇଛନ୍ତି । ମୁଁ ମୋର ଚିଲିକା ନିର୍ବାଚନ ମଣ୍ଡଳୀର କିପରି ଉନ୍ନତି କରି ପାରିବି ତାହା ଉପରେ ଅଧିକ ଧ୍ୟାନ ଦେଉଛି , ଏବେବି ମୁଁ ଲୋକ ମାନଙ୍କ ଅଭିଯୋଗ ଶୁଣୁଛି ଆଉ ଏହାକୁ କିପରି ଦୂର କରିହେବ ତାହା ଉପରେ କାମ କରୁଛି । ଅତୀତରେ ଯାହା ଭୁଲ କରି ଦେଇଛି ତାହା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିଛି କିନ୍ତୁ ମୁଁ ଭୁଲ ନଥିଲି । ଗଣମାଧ୍ୟମରେ ଯାହା ଚିତ୍ରଣ କରାଗଲା ତାହା ବାସ୍ତବ ନୁହେଁ । ତେଣୁ ମୁଁ ଆଶାବାଦୀ ଦଳ ନିଶ୍ଚୟ ମୋ କଥା ବୁଝି ପାରିବ ।

 

ସୂଚନାମୁତାବକ କିଛି ମାସ ତଳେ ବାଣପୁର ନିକଟରେ ଚିଲିକା ବିଧାୟକଙ୍କୁ ଆକ୍ରମଣ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ ନିର୍ବାଚନ କୁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ବିଧାୟକଙ୍କୁ ବହୁ କ୍ଷତ ଆସିଥିବା ସହ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁନା କରିଦେଇ ଥିଲେ ସ୍ଥାନୀୟ ଲୋକେ। ତେବେ ନିଜ ଆତ୍ମରକ୍ଷା ପାଇଁ ବିଧାୟକ ବେପାରୁଆ ଭାବରେ ଭିଡରେ ଗାଡି ଚଳାଇଥିଲେ ଏବଂ ଗାଡି ଧକ୍କାରେ ଦୁଇ ଜଣ ପୋଲିସ ଅଫିସର ମଧ୍ୟ ଆହାତ ହୋଇଥିଲେ । ବିଧାୟକ ଜୋରଜବରଦସ୍ତି ଭିଡ ଭିତରେ ଗାଡି ପୁରାଇବାରୁ ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା, ଏବଂ ନିକଟରେ ତାଙ୍କୁ ଜାମିନ ମିଳିଥିଲା ।

Get real time updates directly on you device, subscribe now.