ବଦଳିବ କି ମହାରାଷ୍ଟ୍ର ରାଜନୀତି? ସୁନେତ୍ରାଙ୍କୁ ପ୍ରଶାନ୍ତ ଭେଟିବା ପରେ ଚର୍ଚ୍ଚା

ବୈଠକରେ ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତି, ସଂଗଠନକୁ ସୁଦୃଢ଼ କରିବା ଓ ଭବିଷ୍ୟତ ରଣନୀତି ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା

ମୁମ୍ବାଇ: ବିହାରରେ ନିର୍ବାଚନୀ ସଫଳତା ପରେ ଜନ ସୁରାଜର ସଂସ୍ଥାପକ ପ୍ରଶାନ୍ତ କିଶୋର ମହାରାଷ୍ଟ୍ରରେ ପହଞ୍ଚିଛନ୍ତି। ସେ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି (ଅଜିତ ପାୱାର ଗୋଷ୍ଠୀ)ର ଜାତୀୟ ଅଧ୍ୟକ୍ଷା ସୁନେତ୍ରା ପାୱାରଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ମୁମ୍ବାଇରେ ହୋଇଛି। ଭେଟଘାଟକୁ ନେଇ ମହାରାଷ୍ଟ୍ର ରାଜନୀତିରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

Uttarakhand Govt.

ମିଳିଥିବା ସୂଚନା ଅନୁସାରେ ବୈଠକରେ ମହାରାଷ୍ଟ୍ରର ବର୍ତ୍ତମାନ ରାଜନୈତିକ ପରିସ୍ଥିତି, ସଂଗଠନକୁ ସୁଦୃଢ଼ କରିବା ଓ ଭବିଷ୍ୟତ ରଣନୀତି ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସାଂସଦ ପାର୍ଥ ପାୱାର ମଧ୍ୟ ଉପସ୍ଥିତ ଥିଲେ। ତେବେ ଏନସିପି ନେତାମାନଙ୍କ କହିବା ଅନୁସାରେ, ଏହା ଏକ ସାଧାରଣ ରାଜନୈତିକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଏହାକୁ ନେଇ କୌଣସି ପ୍ରକାରର ରାଜନୈତିକ ନିଷ୍କର୍ଷ କାଢ଼ିବା ଉଚିତ ନୁହେଁ।

ସମ୍ପ୍ରତି ମହାରାଷ୍ଟ୍ରର ରାଜନୀତିରେ ନୂଆ ସମୀକରଣକୁ ନେଇ ଲଗାତାର ଚର୍ଚ୍ଚା ଚାଲିଥିବାରୁ ଏହି ସାକ୍ଷାତକାର ରାଜନୈତିକ ଦୃଷ୍ଟିରୁ ଅଧିକ ଗୁରୁତ୍ୱ ପାଇଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।