ଦିନରେ ନବୀନଙ୍କ ସହ ଯୁକ୍ତି ରାତିରେ ଦଳରୁ ବିଦା, ବିଜେଡିରୁ ବହିଷ୍କାର ହେଲେ ପ୍ରଭାତ ବିଶ୍ୱାଳ

ବିଜେଡିରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ।

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପାର୍ଟିରୁ ବିଦା ହେଲେ ବିଜେଡିର ବରିଷ୍ଠ ନେତା ପ୍ରଭାତ। ଚୌଦ୍ୱାର-କଟକରୁ ୨ ଥର ବିଧାୟକ ହୋଇଥିଲେ ପ୍ରଭାତ। ବାପାଙ୍କ ପରେ ପ୍ରଭାତଙ୍କ ପୁଅ ସୌଭିକ ଏବେ ବିଜେଡିରୁ ବିଧାୟକ ଅଛନ୍ତି।

ହେଲେ ଆଜି ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀ, ଜଣେ ହେଲେ ସନ୍ତୃପ୍ତ ମିଶ୍ର ଓ ଅନ୍ୟଜଣେ ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ମାରିଥିଲେ ନବୀନ।

ଆଉ ଏହି କଥାକୁ ନେଇ ବିରୋଧୀ ଦଳ ନେତା ନବୀନଙ୍କ ସହ ଯୁକ୍ତିତର୍କ କରିଥିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସନ୍ତୃପ୍ତ ମିଶ୍ରଙ୍କ ପାର୍ଥୀ ହେବାକୁ ନେଇ ଚ୍ୟାଲେଞ୍ଜ କରିଥିଲେ ପ୍ରଭାତ। ସେ ପୁଣି ସିଧାସଳଖ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କଲେ।

କେବଳ ସେତିକି ନୁହେଁ ନବୀନଙ୍କ ପ୍ରକୋଷ୍ଠରେ ନବୀନ ପଟ୍ଟନାୟକ ଏବଂ ପ୍ରଭାତଙ୍କ ଭିତରେ ଉଚ୍ଚବାଚ, ଯୁକ୍ତିତର୍କ ହୋଇଥିଲା। ଯାହାର ପରିଣାମ ତାଙ୍କୁ ଦଳରୁ ବହିଷ୍କାର କରିଦେଲେ ଦଳ ସୁପ୍ରିମୋ।