fbpx

ପ୍ରୟାଗରାଜ ହିଂସାକାଣ୍ଡ ମାମଲା: ବୁଲିବ ସରକାରୀ ବୁଲଡୋଜର, ମାଟିରେ ମିଶିଲା ମାଷ୍ଟରମାଇଣ୍ଡର ଘର

ଲକ୍ଷ୍ନୌ : ଆକ୍ସନ ମୋଡ୍‌ରେ ଯୋଗୀ ସରକାର । ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡର ଘର ଭାଙ୍ଗିଲା ବୁଲ୍‌ଡୋଜର । ବିଜେପିର ମୁଖପାତ୍ର ନୂୁର ଶର୍ମାଙ୍କ ବୟାନକୁ ବିରୋଧ କରି ପ୍ରୟାଗରାଜରେ ହୋଇଥିବା ହିଂସା ଘଟଣାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରୟାଗରାଜ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ହିଂସାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜାଭେଦ୍‌ ପମ୍ପକୁ ରବିବାର ଦିନ ୧୧ଟା ସୁଦ୍ଧା ଘର ଖାଲି କରିବାକୁ ପିଡିଏ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ସରକାରୀ ଜାଗାରେ ନିୟମ ଉଲ୍ଲଂଘନ କରି ବେଆଇନ୍‌ ଭାବେ ଏହି ଘର ନିର୍ମାଣ କରାଯାଇଥିଲା । ଗତ ମଇ ୫ ତାରିଖରେ ବେଆଇନ୍‌ ନିର୍ମାଣ ନେଇ ଜାଭେଦକୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କିଛି ଉତ୍ତର ଦେଇନଥିଲା । ପୁଣି ଚଳିତ ମାସ ୯ ତାରିଖରେ ଆଉ ଥରେ ନୋଟିସ ଦିଆଯାଇଥିଲା । ତାହାର ମଧ୍ୟ ଉତ୍ତର ଜାଭେଦ ଦେଇନଥିଲା । ତେଣୁ ରବିବାର ବୁଲଡଜର ଲଗାଇ ତା’ର ଘରକୁ ଭାଙ୍ଗି ଦିଆଯାଇଥିଲା । ପ୍ରୟାଗରାଜରେ ନୂୁର ଶର୍ମାଙ୍କ ବୟାନକୁ ନେଇ ବିରୋଧ ପ୍ରଦର୍ଶନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହି ହିଂସା ମାମଲାରେ ପୋଲିସ ଜାଭେଦକୁ ଗିରଫ କରିବା ସହ ତାକୁ ମାଷ୍ଟରମାଇଣ୍ଡ ବୋଲି ଘୋଷଣା କରିଛି । ପିଡିଏ ଜାଭେଦର ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି । ଜାଭେଦ ନାମରେ ବହୁ ଅପରାଧିକ ମାମଲା ମଧ୍ୟ ବିଭିନ୍ନ ଥାନା ଓ କୋର୍ଟକଚେରୀରେ ଚାଲୁ ରହିଛି । ଏପରିକି ତା’ର ରାଜନୈତିକ କ୍ଷେତ୍ରରେ ମଧ୍ୟ ଭଲ ପ୍ରଭାବ ରହିଛି । ସେ ୟୁିର ୱେଲଫେୟାର ପାର୍ଟି ଅଫ୍‌ ଇଣ୍ଡିଆର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲା । ପୋଲିସ କହିଛି ବିକ୍ଷୋଭ ପ୍ରଦର୍ଶନ ପାଇଁ ଜାଭେଦ ଆହ୍ୱାନ ଦେବା ପରେ ଏହା ହିଂସାର ରୂ ନେଇଥିଲା । ଜାଭେଦ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ୍‌ ଲାଗୁ କରାଯାଇଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.