fbpx

ଆଜିଠୁ ମିଳିବ ବୁଷ୍ଟର ଡୋଜ୍: ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଦିଆଯିବ ବୁଷ୍ଟର୍ ଡୋଜ୍ । ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର୍ ଡୋଜ୍ । ବରିଷ୍ଠ ନାଗରିକ ଓ ବହୁବିଧ ଆକ୍ରାନ୍ତଙ୍କୁ ବୁଷ୍ଟର୍ ଡୋଜ୍ ଦିଆଯିବ । ତେବେ ଦ୍ୱିତୀୟ ଡୋଜ୍ ନେବାର ୩୯ ସପ୍ତାହ ବିତିଥିଲେ ହିଁ ନେଇପାରିବେ ବୁଷ୍ଟର୍ ଡୋଜ୍ । ବୁଷ୍ଟର ଡୋଜ୍ ଟିକା ସମୟରେ ପ୍ରମାଣ ପତ୍ର ଜରୁରୀ । ଏହା ବ୍ୟତୀତ କୋ-ୱିନ୍ ଆପ୍ ରେ ଆପଣ ସ୍ଲଟ୍ ବୁକିଂ କରିବ ଟିକା ନେଇପାରିବେ । ୧.୫ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ୧.୯ କୋଟି ସମ୍ମୁଖ ଯୋଦ୍ଧା ଓ ୧ କୋଟି ୭୫ ଲକ୍ଷ ବୟସ୍କଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ । ପ୍ରିକସନ୍ ଡୋଜ୍ ନେବା ପାଇଁ ଆଉ ଥରେ ପଞ୍ଜୀକରଣର ଆବଶ୍ୟକତା ନାହିଁ । କେବଳ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ । ଏହା ବ୍ୟତୀତ କୌଣସି ପ୍ରକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ମଧ୍ୟ ନାହିଁ ।

 

Get real time updates directly on you device, subscribe now.