fbpx

Smart class ସମୀକ୍ଷା କଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

ସୁକିନ୍ଦା (ଓଡ଼ିଶା ଭାସ୍କର): ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ସ୍ମାର୍ଟ କ୍ଲାସ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାକୁ ବୁଧବାର ସମୀକ୍ଷା କରିଛନ୍ତି ବିଧାୟକ । ଠିକାଦାରଙ୍କ ପକ୍ଷରୁ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ କରି ପୁରାତନ ଛାତ୍ରସଙ୍ଗଠନ ବିରୋଧ କରିଥିଲେ । ଦୃଢ଼ ବିରୋଧ କରି ସୁକିନ୍ଦାଗଡ଼ ସ୍ଥିତ ବହୁ ପୁରାତନ ଜଗନ୍ନାଥ ହାଇସ୍କୁଲ ପରିସରରେ କାମ ବନ୍ଦ କରିଥିବା ବେଳେ ସୁକିନ୍ଦା ବିଡ଼ିଓ ମଣିପ୍ରସାଦ ମିଶ୍ର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାମର ତଦାରଖ କରି କାର୍ୟ୍ୟରତ ଠିକାଦାରଙ୍କୁ ତାଗିତ କରିଥିଲେ ।

ଆଜି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇ ମଧ୍ୟ ସୁକିନ୍ଦା ଜଗନ୍ନାଥ ହାଇସ୍କୁଲ ପରିସରରେ ଚାଲୁରହିଥିବା ସ୍ମାର୍ଟ ସ୍କୁଲର କାର୍ୟ୍ୟର ପରିଦର୍ଶନ କରିବା ସହିତ ନିମ୍ନମାନର କାର୍ୟ୍ୟକରିଥିବା ଠିକାଦାରକୁ ତାଗିଦ କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ସ୍କୁଲର ପୁରାତନ ଛାତ୍ର ସଙ୍ଗଠନର ସଦସ୍ୟମାନଙ୍କ ସହିତ ବିଭିନ୍ନ ସମସ୍ୟା ବାବଦରେ ପଚାରିବୁଝିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.