ହଠାତ୍ ଅସୁସ୍ଥ ହେଲେ କମେଡିଆନ ଗର୍ଭବତୀ ଭାରତୀ ସିଂହ, କମିଗଲା ପ୍ରୋଟିନ୍ ସ୍ତର!

ନିଜ ଗର୍ଭାବସ୍ଥା ସ୍ୱାସ୍ଥ୍ୟ ନେଇ ସୂଚନା ଦେଲେ କମେଡିଆନ ଭାରତୀ ସିଂହ।

ମୁମ୍ୱାଇ: କମେଡିଆନ ଭାରତୀ ସିଂହଙ୍କ ଘରେ ପୁଣି ଥରେ ଖୁସିର ଲହରୀ ଖେଳିବାକୁ ଯାଉଛି। କାରଣ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇଛନ୍ତି ସମସ୍ତଙ୍କୁ ହସାଇ ହସାଇ ନାକେଦମ୍ କରୁଥିବା ଭାରତୀ ସିଂହ।

ସେ କିଛି ଦିନ ତଳେ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ସମ୍ପର୍କରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।  ସେ ତାଙ୍କ ପୁରା ପରିବାର ସହିତ ସ୍ୱିଜରଲ୍ୟାଣ୍ଡ ଯାତ୍ରା କରିଥିଲେ, ଯେଉଁଠାରେ ସେ ତାଙ୍କର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ।

ଏମିତିରେ ଦେଖିବାକୁ ଗଲେ ଭାରତୀ ସିଂ କମେଡିଆନ ହେଲେ ମଧ୍ୟ ସେ ଜଣେ YouTube ଭ୍ଲଗର ମଧ୍ୟ। ଯିଏକି YouTube ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ଜୀବନ ବିଷୟରେ ଅପଡେଟ୍ ଦିଅନ୍ତି।

କେଉଁ ମୁହୁର୍ତ୍ତରେ ବି ହୋଇପାରେ ଡେଲିଭରୀ: 

ଭାରତୀ ସିଂହ ତାଙ୍କର ଏକ ନୂଆ ଭ୍ଲଗରେ ପ୍ରକାଶ କରିଛନ୍ତି ଯେ ସେ ଏବେ ଠିକ୍ ନାହାଁନ୍ତି। ତାଙ୍କର ଶରୀରରେ ପ୍ରୋଟିନ୍ ପାଓ୍ୱାର କମ୍ ଅଛି। ଯାହାକି ଗର୍ଭଧାରଣ ସମୟରେ ପ୍ରୋଟିନ୍ ଗ୍ରହଣ କମ୍ ହେବା ଉଚିତ୍ ନୁହେଁ।

ଏହି ଭ୍ଲଗରେ ଭାରତୀ କହିଛନ୍ତି, “ମୋର ସମୟ ନିକଟତର ହୋଇଗଲାଣି, ଯେ କୌଣସି ସମୟରେ ମୋ ଡେଲିଭରୀ ହୋଇପାରେ। ଯେକୌଣସି ସମୟରେ ସନ୍ତାନ ଆସିପାରେ। ତେଣୁ ଏବେ ମୋତେ ଗର୍ଭଧାରଣ ଫଟୋସୁଟ୍ କରିନେବା ଉଚିତ୍।

ପ୍ରୋଟିନ୍ ସ୍ତର କମ୍ ଅଛି:

ଭାରତୀ ଆହୁରି କହିଛନ୍ତି, “ମୋର ପ୍ରୋଟିନ୍ କମ୍ ଅଛି। ଡାକ୍ତର ମୋତେ ଅଣ୍ଡା ଖାଇବାକୁ କହିଛନ୍ତି। ପ୍ରୋଟିନ୍ କମ୍ ହେବା ଉଚିତ୍ ନୁହେଁ। ମୋର ସୁଗାର ସ୍ତର ମଧ୍ୟ ବଢିଛି।”

“ଯେଉଁମାନଙ୍କର ଡାଇବେଟିସ୍ ନାହିଁ ସେମାନେ ମଧ୍ୟ ଗର୍ଭାବସ୍ଥାରେ ଡାଇବେଟିସ୍ ଥିବା ଭଳି ଲକ୍ଷଣ ଦେକିପାରନ୍ତି। ଏଥିପାଇଁ ମୁଁ ଡାକ୍ତରଙ୍କ ପରାମର୍ଶ ଶୁଣିଛି।”

“ମୁଁ ଏବେ ପ୍ରତିଦିନ ସକାଳେ ଅଣ୍ଡା ଖାଇବି। ଗତ ସପ୍ତାହ ଧରି ମୁଁ ମଇଦା ଏବଂ ଭାତ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଛି। ମୁଁ ଏବେ ରାଗି ରୋଟି, କଳା ଚା ଏବଂ କଖାରୁ ତରକାରୀ ଖାଉଛି।”

“ଭାରତୀ କହିଲେ, “ଗୋଟିଏ ଦିନ ବାଜରା, ତା’ପର ଦିନ ରାଗି ଏବଂ ତା’ପର ଦିନ ମକା ଖାଇବା ଏକ ପ୍ରକୃତ ସ୍ୱାଦିଷ୍ଟ ଖାଦ୍ୟ। ଦୟାକରି ଏହାକୁ ଖାଇବାକୁ ମଧ୍ୟ ଚେଷ୍ଟା କରନ୍ତୁ।”

ଏହା ଉଲ୍ଲେଖନୀୟ ଯେ ଭାରତୀ ସିଂହ ତାଙ୍କ ଗର୍ଭାବସ୍ଥାରେ ମଧ୍ୟ କାମ କରୁଛନ୍ତି। ସେ ସମ୍ପ୍ରତି “ଲାଫଟର୍ ସେଫ୍” ଶୋ’ର ସୁଟିଂ ଆରମ୍ଭ କରିଛନ୍ତି, ଯାହାକୁ ସେ ହୋଷ୍ଟ କରୁଛନ୍ତି। ଏହା “ଲାଫଟର୍ ସେଫ୍”ର ତୃତୀୟ ସିଜିନ୍।