fbpx

ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ, ଗର୍ଭବତୀଙ୍କୁ ଚୌକିରେ ବସାଇ ହସ୍ପିଟାଲ ନେଲେ ଗ୍ରାମବାସୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ହେଁ ଏହା ମଧ୍ୟରେ ଅନେକ ଗାଁରେ ଏବେ ବି ଯୋଗାଯୋଗ ଓ ବିଜୁଳି ସୁବିଧା ନାହିଁ । ଫଳରେ ବିଭିନ୍ନ ସମୟରେ ଜନସାଧାରଣ କେବଳ ଭାଗ୍ୟକୁ ଆଦରି ପଡ଼ି ରହିଥାନ୍ତି । ତେବେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଦଦୌଲପୁର ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ନ ଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମାବାସୀ ଚୌକିରେ ବସାଇ ଏକ କିମି ପର୍ଯ୍ୟନ୍ତ ବୋହି ନେଇଥିଲେ ।

ତେବେ ଗର୍ଭବତୀଙ୍କୁ ଚୌକିରେ ବସାଇ ନେଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦଦୌଲପୁରରେ ସଡ଼କ କି ବ୍ରିଜର ସୁବିଧା ନାହିଁ । ଫଳରେ ବର୍ଷାଦିନେ ଗ୍ରାମର ରାସ୍ତାରେ ପାଣି ଭରି ଯାଇଥାଏ । ଏନେଇ ଗ୍ରାମବାସୀମାନେ ଅନେକ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ ।

ଗ୍ରାମର ଜଣେ ଆଦିବାସୀ ମହିଳାଙ୍କର ପ୍ରସବଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନେବାର ବନ୍ଦୋବସ୍ତ କରାଯାଇଥିଲା । ତେବେ ଫୋନ କଲ ପାଇ ଜନନୀ ଏକ୍ସପ୍ରେସ ପହଞ୍ଚିଥିଲେ ହେଁ ତାହା ଗ୍ରାମଠାରୁ ୧ କିମି ଦୂରରେ ରହିଥିଲା । ଆଗକୁ ବଢ଼ିବା ପାଇଁ ଆଉ ରାସ୍ତା ନଥିଲା, କେବଳ ପାଣି ରହିଥିଲା । ଫଳରେ ବାଧ୍ୟହୋଇ ଗ୍ରାମବାସୀମାନେ ଗର୍ଭବତୀଙ୍କୁ ଏକ ଚୌକିରେ ବସାଇ ପାଦରେ ଚାଲି ଚାଲି ୧ କିମି ପର୍ଯ୍ୟନ୍ତ ବୋହି ଥିଲେ । ତେବେ ଗ୍ରାମବାସୀଙ୍କ କଠିନ ପରିଶ୍ରମର ମୂଲ୍ୟ ସ୍ୱରୂପ ମାଆ ଓ ଛୁଆ ଏବେ ସୁସ୍ଥ ଅଛନ୍ତି ।

Get real time updates directly on you device, subscribe now.