fbpx

କି ଦୁଃଖଦ ପରିସ୍ଥିତିରେ ଭାଇ: ନଦୀରେ ଭରା ପାଣି, ଗର୍ଭବତୀଙ୍କୁ ଖଟରେ ଶୁଆଇ ନଦୀ ପାର କରୁଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁଫଳ ପାଇଁ ସରକାର ଯେତେ ଯୋଜନା ପ୍ରଣୟନ କଲେ ମଧ୍ୟ ଆଜି ବି ଅନେକ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି । ଉପଯୁକ୍ତ ଗମନାଗମନର ସୁବିଧା ନଥିବାରୁ ଲୋକମାନେ ନାହିଁ ନଥିବା ସମସ୍ୟାରେ କଲବଲ ହେଉଛନ୍ତି । ବର୍ତ୍ତମାନ ବର୍ଷା ସିଜିନ୍ ଚାଲିଥିବା ବେଳେ ଅଧିକାଂଶ ନଦୀମାନଙ୍କରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଜଣେ ମହିଳାଙ୍କୁ ଖଟରେ ଶୁଆଇ ନଦୀ ପାର କରାଯିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ।

ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ବେତୁଲରେ । ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ଉଫନତୀ ନଦୀରେ ବ୍ରିଜ ନିର୍ମାଣ ପାଇଁ ଗ୍ରାମବାସୀ ବର୍ଷ ବର୍ଷ ଧରି ପ୍ରଶାସନକୁ ଗୁହାରି କରି ଆସୁଥିଲେ ହେଁ ତାହା ପାଣିର ଗାର ପାଲଟିଛି । ତେବେ ନଦୀ ଦୁଇ କୂଳ ଛୁଇଁ ପାଣି ପ୍ରବାହିତ ହେଉଥିବା ବେଳେ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ଖଟିଆରେ ଶୁଆଇ କାନ୍ଧରେ ବୋହି ନଦୀ ପାର କରାଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ବିକାଶଖଣ୍ଡ ଶାହପୁର ପାୱରଝଣ୍ଡା ପଞ୍ଚାୟତର ଜାମୁନଢାନା ଗ୍ରାମରେ ଘଟିଥିବା ଏହି ଘଟଣା ନୂଆ ନୁହେଁ । ପୂର୍ବରୁ ଏଭଳି ଏକାଧିକ ପରିସ୍ଥିତି ସହ ସଂଘର୍ଷ କରିଆସିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ କଠିନ ପରିଶ୍ରମର ମୂଲ୍ୟ ବୃଥା ଯାଇନଥିଲା । ଗର୍ଭବତୀ ଜଣଙ୍କ ସୁରକ୍ଷିତ ଭାବେ ହସ୍ପିଟାଲରେ ଭର୍ତ୍ତି ହେବା ସହ ଠିକଭାବେ ତାଙ୍କର ଡେଲିଭରି ହୋଇଥିଲା । ଏବେ ଉଭୟ ମା’ ଓ ସନ୍ତାନ ଦୁହେଁ ସୁସ୍ଥ ରହିଥିବା ଶାହପୁର ମୁଖ୍ୟ ମେଡିକାଲ ଅଫିସର କହିଛନ୍ତି ।

Get real time updates directly on you device, subscribe now.