fbpx

ପିପିଲି ନିର୍ବାଚନ ନେଇ ପ୍ରସ୍ତୁତି ଚୂଡାନ୍ତ: ସିଇଓ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଉପନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବୁଥ୍ ଚିହ୍ନଟ ସହ ପୋଲିଂ କର୍ମଚାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି ।’

ତେବେ ପ୍ରତି ବୁଥରେ ହଜାରେ ମଧ୍ୟରେ ଭୋଟର ମତଦାନ କରିବେ । ଅଧିକ ବୁଥ୍ ପ୍ରତିଷ୍ଠା ଲାଗି ମଧ୍ୟ ବୁଥ୍ ଚିହ୍ନଟ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ।

Get real time updates directly on you device, subscribe now.