fbpx

କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବୁଧବାର କୋର୍ଟଙ୍କ ନିର୍ଦ୍ଦେଶ ବେଳେବେଳେ କାର୍ଯ୍ୟକାରୀ ନିଶ୍ଚିତ କରିବାକୁ ସରକାର ଏବଂ ଭାରତର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି । ଯାହା ଦ୍ୱାରା ଲୋକମାନେ ପ୍ରକୃତ ଅର୍ଥରେ ନ୍ୟାୟ ପାଇବେ। କାରଣ ଅନେକ ସମୟରେ କୋର୍ଟ ନିଷ୍ପତି କାର୍ଯ୍ୟକାରୀ ହୁଏ ନାହିଁ। ବୁଧବାର ଝାଡ଼ଖଣ୍ଡ ହାଇକୋର୍ଟର ନୂତନ ବିଲ୍ଡିଂ ଉଦଘାଟନ କରିବା ଅବସରରେ ଏହା କହିଥିଲେ।

ଏହି ଅବସରରେ ପ୍ରଧାନ ବିଚାରପତି ଡିୱାଇ. ଚନ୍ଦ୍ରଚୂଡ଼ ଏବଂ କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘବାଲ ଏବଂ ଅନ୍ୟ ବରିଷ୍ଠ ବିଚାରପତି ଉପସ୍ଥିତ ଥିଲେ। ସେ କହିଥିଲେ ଯେ, ଏକ ଅନୁକୂଳ ରାୟ ପାଇବା ପରେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନ ଥିବାରୁ ଲୋକଙ୍କ ଖୁସି ବେଳେବେଳେ ସ୍ୱଳ୍ପ ସମୟ ପାଇଁ ରହିଥାଏ। ପ୍ରଧାନ ବିଚାରପତି ତାଙ୍କର ହିନ୍ଦୀରେ ଦେଇଥିବାରୁ ରାଷ୍ଟ୍ରପତି ତାଙ୍କୁ ପ୍ରଶଂସା କରିଥିଲେ।

ନ୍ୟାୟର ଭାଷା ସମସ୍ତଙ୍କ ପାଇଁଁ ସହଜ ହେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ। ମୁର୍ମୁ ଏହା ମଧ୍ୟ କହିଛନ୍ତି ଯେ ବିଭୀନ୍ନ ସମୟରେ ମକଦ୍ଦମା ଲଢିବା ପ୍ରକ୍ରିୟା ମହଙ୍ଗା ହେଉଥିବାରୁ ସାଧାରଣ ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚିବା ସହଜ ହେଉନାହିଁ।

Get real time updates directly on you device, subscribe now.