fbpx

ରାଷ୍ଟ୍ରପତି ନିର୍ବାଚନ ରେଜଲ୍ଟ: ଭାରତବର୍ଷର କେଉଁ ରାଜ୍ୟରୁ ଦ୍ରୌପଦୀଙ୍କୁ କେତେ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଲା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଆଜି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତକୁ ମିଳିଛି ନୂଆ ରାଷ୍ଟ୍ରପତି । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷ ମହାମେଣ୍ଟର ଯଶୱନ୍ତ ସିହ୍ନାକୁ ପରାସ୍ତ କରିଛନ୍ତି । ଦ୍ରୌପଦୀ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ସେ ମୋଟ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇଁ ବିଜୟ ହାସଲ କରିଛନ୍ତି ।

ଏହି ଅବସରରେ ଦ୍ରୌପଦୀଙ୍କୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଜୟର ଶୁଭକାମନା ଜଣାଇଛନ୍ତି । ତେବେ କେଉଁ ପ୍ରାର୍ଥୀ କେଉଁ ରାଜ୍ୟରୁ କେତେ ଭୋଟ ପାଇଲେ ତା’ର ଏକ ଲିଷ୍ଟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏହି ଲିଷ୍ଟ ଏକ ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ହୋଇଛି । ଏହା ସମ୍ପୂର୍ଣ୍ଣ ସତ୍ୟ ହୋଇ ନଥାଇପାରେ ।

ଆନ୍ଧ୍ରପ୍ରଦେଶର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୧୭୫ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୧୭୩ ଜଣ ଭୋଟ ଦେଇଛନ୍ତି । ଅରୁଣାଚଳ ପ୍ରଦେଶରେ ଏମପି/ ଏମଏଲଏଙ୍କ ଭୋଟ ୬୦ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୫୫ ଜଣ, ଯଶୱନ୍ତଙ୍କୁ ୪ ଜଣ ଭୋଟ ଦେଇଛନ୍ତି । ଅସମରେ ଏମପି/ ଏମଏଲଏଙ୍କ ଭୋଟ ସଂଖ୍ୟା ୧୨୬ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୧୦୪, ଯଶୱନ୍ତଙ୍କୁ ୨୦ ଜଣ ଦେଇଛନ୍ତି ।

ବିହାରରେ ଏମପି/ ଏମଏଲଏଙ୍କ ଭୋଟ ସଂଖ୍ୟା ୨୪୩ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୧୩୩ ଜଣ, ଯଶୱନ୍ତଙ୍କୁ ୧୦୬ ଜଣ ଦେଇଛନ୍ତି । ଛତିଶଗଡ଼ର ମୋଟ ଭୋଟ ୯୦ ହୋଇଥିବା ବେଳେ ଦୌପଦୀଙ୍କୁ ୨୧, ଯଶୱନ୍ତଙ୍କୁ ୬୯ ଜଣ ଦେଇଛନ୍ତି । ଗୋଆର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୪୦ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୨୮, ଯଶୱନ୍ତଙ୍କୁ ୧୨ ଜଣ ଦେଇଛନ୍ତି ।

ଗୁଜରାଟର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୧୮୨ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୧୨୧, ଯଶୱନ୍ତଙ୍କୁ ୫୭ ଜଣ ଦେଇଛନ୍ତି । ହରିୟାଣାର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୯୦ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୫୯, ଯଶୱନ୍ତଙ୍କୁ ୩୦ ଜଣ ଦେଇଛନ୍ତି । ହିମାଚଳ ପ୍ରଦେଶର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୬୮ ହୋଇଥିବା ବେଳେ ଦ୍ରୌପଦୀ ଓ ଯଶୱନ୍ତଙ୍କୁ ଯଥାକ୍ରମେ ୪୫ ଓ ୨୨ ଜଣ ଦେଇଛନ୍ତି ।

ଝାରଖଣ୍ଡର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୮୧ ହୋଇଥିବା ବେଳେ ୭୦ ଓ ୯ ଜଣ ଦେଇଛନ୍ତି । କର୍ଣ୍ଣାଟକର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୨୨୪ ହୋଇଥିବା ବେଳେ ୧୫୦ ଓ ୭୦ ଜଣ ଦେଇଛନ୍ତି । କେରଳର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୧୪୦ ହୋଇଥିବା ବେଳେ ୧ ଓ ୧୩୯ ଜଣ ଦେଇଛନ୍ତି । ମଧ୍ୟପ୍ରଦେଶର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୨୩୦ ହୋଇଥିବା ବେଳେ ୧୪୬ ଓ ୭୯ ଜଣ ଦେଇଛନ୍ତି ।

ମହାରାଷ୍ଟ୍ରର ମୋଟ ଏମପି/ ଏମଏଲଏଙ୍କ ସଖ୍ୟା ୨୮୮ ହୋଇଥିବା ବେଳେ ୧୮୧ ଓ ୯୮ ଜଣ ଦେଇଛନ୍ତି । ମଣିପୁରର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୬୦ ହୋଇଥିବା ବେଳେ ୫୪ ଓ ୬ ଜଣ ଦେଇଛନ୍ତି । ମେଘାଳୟର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୬୦ ହୋଇଥିବା ବେଳେ ୪୭ ଓ ୮ ଜଣ ଦେଇଛନ୍ତି । ମିଜୋରାମର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୪୦ ହୋଇଥିବା ବେଳେ ୨୯ ଓ ୧୧ ଜଣ ଦେଇଛନ୍ତି । ନାଗାଲାଣ୍ଡର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୬୦ ହୋଇଥିବା ବେଳେ ଦୌପଦୀଙ୍କୁ ୫୯ ଜଣ ଭୋଟ ଦେଇଛନ୍ତି ।

ଓଡ଼ିଶାର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୧୪୭ ହୋଇଥିବା ବେଳେ ୧୩୭ ଓ ୯ ଜଣ ଦେଇଛନ୍ତି । ପଞ୍ଜାବର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୧୧୭ ହୋଇଥିବା ବେଳେ ୮ ଓ ୧୦୧ ଜଣ ଦେଇଛନ୍ତି । ରାଜସ୍ଥାନର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୨୦୦ ହୋଇଥିବା ବେଳେ ୭୫ ଓ ୧୨୩ ଜଣ ଦେଇଛନ୍ତି । ସିକିମର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୩୨ ହୋଇଥିବା ବେଳେ ୩୨ ଓ ୦ ଜଣ ଦେଇଛନ୍ତି । ତାମିଲନାଡ଼ୁର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୨୩୪ ହୋଇଥିବା ବେଳେ ୭୫ ଓ ୧୫୮ ଜଣ ଦେଇଛନ୍ତି । ତେଲେଙ୍ଗାନାର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୧୧୯ ହୋଇଥିବା ବେଳେ ୩ ଓ ୧୧୩ ଜଣ ଦେଇଛନ୍ତି ।

ତ୍ରିପୁରାର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୬୦ ହୋଇଥିବା ବେଳେ ୪୧ ଓ ୧୮ ଜଣ ଦେଇଛନ୍ତି । ଉତ୍ତରାଖଣ୍ଡର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୭୦ ହୋଇଥିବା ବେଳେ ୫୧, ୧୫ ଜଣ ଦେଇଛନ୍ତି । ଉତ୍ତରପ୍ରଦେଶର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୪୦୩ ହୋଇଥିବା ବେଳେ ୨୮୭ ଓ ୧୧୧ ଜଣ ଦେଇଛନ୍ତି । ପଶ୍ଚିମବଙ୍ଗର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୨୯୪ ହୋଇଥିବା ବେଳେ ୭୧ ଓ ୨୧୬ ଜଣ ଦେଇଛନ୍ତି । ଏସିଟି-ଦିଲ୍ଲୀର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୭୦ ହୋଇଥିବା ବେଳେ ୮ ଓ ୫୬ ଜଣ ଦେଇଛନ୍ତି । ପୁଡ଼ୁଚେରୀର ମୋଟ ଏମପି/ ଏମଏଲଏଙ୍କ ସଂଖ୍ୟା ୩୦ ହୋଇଥିବା ବେଳେ ୨୦ ଓ ୯ ଜଣ ଦେଇଛନ୍ତି । ମୋଟ ସଦସ୍ୟ ସଂଖ୍ୟା ୭୭୬ ହୋଇଥିବା ବେଳେ ଦ୍ରୌପଦୀଙ୍କୁ ୫୪୦ଟି ଓ ଯଶୱନ୍ତଙ୍କୁ ୨୦୮ଟି ଭୋଟ ମିଳିଛି ।

Get real time updates directly on you device, subscribe now.