fbpx

ରାଷ୍ଟ୍ରପତି ନିର୍ବାଚନ: ଦେଶର ସମସ୍ତ ସାଂସଦ ଓ ୧୦ଟି ରାଜ୍ୟର ଭୋଟ ଗଣତି ସରିଲା: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା କିଏ ଆଗରେ

ନୂଆଦିଲ୍ଲୀ: ଆଜି ସମଗ୍ର ଭାରତବର୍ଷ ଉତ୍ସୁକତାର ସହ ଚାହିଁ ରହିଛି । କିଏ ହେବ ଦେଶର ପରବର୍ତ୍ତୀ ପ୍ରଥମ ନାଗରିକ । କିଏ ହେବ ରାଇସିନା ହିଲସର ପରବର୍ତ୍ତୀ ମଙ୍ଗୁଆଳ । କେନ୍ଦ୍ରରେ କ୍ଷମତାସୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ମହାମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିଂହ୍ନାଙ୍କ ମଧ୍ୟରୁ ଜଣେ ବସିବେ ପରବର୍ତ୍ତୀ ରାଷ୍ଟ୍ରପତି ଆସନରେ ।

ତେବେ ଏହା ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ସମାପ୍ତ ହୋଇଛି । ଦ୍ରୌପଦୀଙ୍କୁ ୮୦୯ଟି ଭୋଟ ମିଳିଥିବା ବେଳେ ତାଙ୍କର ମୋଟ ଭୋଟ ୧୩୪୯ରେ ପହଞ୍ଚିଛି । ସେହିପରି ଯଶୱନ୍ତଙ୍କୁ ୩୨୯ଟି ଭୋଟ ମିଳିଥିବା ତାଙ୍କର ଭୋଟ ସଂଖ୍ୟା ୫୩୭ରେ ପହଞ୍ଚିଛି । ଦ୍ରୌପଦୀଙ୍କ ମୋଟ ଭୋଟ ମୂଲ୍ୟ ୪.୮୩ ଲକ୍ଷରେ ପହଞ୍ଚିଥିବା ବେଳେ ଯଶୱନ୍ତଙ୍କ ଭୋଟ ମୂଲ୍ୟ ୧.୮୯ ଲକ୍ଷରେ ପହଞ୍ଚିଛି । ଦେଶର ସମସ୍ତ ସାଂସଦ ଓ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି । ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଆସାମ, ଝାରଖଣ୍ଡ, ହିମାଚଳ ପ୍ରଦେଶ, ଗୋଆ, ଗୁଜରାଟ ଓ ହରିୟାଣାରେ ଭୋଟ ଗଣତି ସରିଛି ।

ତେବେ ପ୍ରଥମ ରାଉଣ୍ଡରେ ଦ୍ରୌପଦୀଙ୍କୁ ୫୪୦ଟି ଭୋଟ ମିଳିଥିବା ବେଳେ ତାଙ୍କର ଭୋଟ ମୂଲ୍ୟ ୩ ଲକ୍ଷ ୭୮ ହଜାର ରହିଥିଲା । ସେହିପରି ଯଶୱନ୍ତଙ୍କୁ ୨୦୮ଟି ଭୋଟ ମିଳିଥିବା ବେଳେ ତାଙ୍କର ଭୋଟ ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ରହିଥିଲା । ରାଷ୍ଟ୍ରପତି ନିର୍ବାଚନ ପାଇଁ ଗତ ୧୮ ତାରିଖରେ ସାରା ଦେଶରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତାମାନେ କ୍ରସ୍ ଭୋଟିଂ କରିଥିବା ନେଇ ଭୋଟ ଗଣତି ପୂର୍ବରୁ ନେତାଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଆସନ୍ତା ୨୫ ତାରଖରେ ଦେଶର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.