fbpx

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ, ଏବେ ଭାଇଚାରା ସହର ଯିବେ ମୁର୍ମୁ

ଭୁବନେଶ୍ୱର :ଆଜି ହେଉଛି ଓଡିଶାରେ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଦିନ । ଆଜି ରାଷ୍ଟ୍ରପତି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ପୂର୍ବ ସୂଚୀ ଅନୁସାରେ ସେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ମନ୍ଦିର ବେଢ଼ା ପରିକ୍ରମଣ କରିଛନ୍ତି । ବର୍ତ୍ତମାନ ଦର୍ଶନ ସାରି କଟକ ଗସ୍ତରେ ଆସୁଛନ୍ତି । ତେବେ ବିଦ୍ୟାଧରପୁରସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନସ୍ଥ ରାଷ୍ଟ୍ରୀୟ ଧାନ ଗବେଷଣା ପରିଷଦରେ ହେବାକୁ ଥିବା ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍‍ଘାଟନୀ କାର୍ଯ୍ୟକ୍ରମ ଅବସରରେ କଟକରେ ରାଷ୍ଟ୍ରପତି ପ୍ରାୟ ଏକ ଘଣ୍ଟା ରହିବାର ସୂଚନା ମିଳିଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କର।ଯାଇଛି । ରାଷ୍ଟ୍ରପତି ହେଲିକପଟର ଯୋଗେ ଭୁବନେଶ୍ୱରରୁ ସିଧାସଳଖ ଏନ୍‍.ଆର୍‍.ଆର୍‍.ଆଇ. ରିସରକୁ ଆସିବେ । ଏଥିପାଇଁ ଦୁଇଦିନ ହେବ ବାୟୁସେନା ପକ୍ଷରୁ ହେଲିକ୍ଟର ଅବସରଣ ଓ ଉଡ଼ାଣର ଅଭ୍ୟାସ କରାଯାଇଛି ।

ସୂଚନା ମୁତାବକ ଗତକାଲି ଅପରାହ୍ଣରେ ରାଷ୍ଟ୍ରପତି ଉକ୍ରଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ । ଏହାସହ ରାଷ୍ଟ୍ରପତି ଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ।

Get real time updates directly on you device, subscribe now.