fbpx

୭୩ତମ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡ଼ାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମଗ୍ର ଭାରତବର୍ଷ ଉତ୍ସବ ମୁଖରିତ ହୋଇଉଠିଛି । ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତ୍ରିରଙ୍ଗାର ଧ୍ୱଜାବତରଣ କରିଛନ୍ତି । ସେ ପତାକା ଉତ୍ତୋଳନ କରିବା ପରେ ପରେଡ୍ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ଉତ୍ସବ ସ୍ଥଳକୁ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ୨୩୩ ଫିଲ୍ଡ ରେଜିମେଣ୍ଟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା ।

ଚଳିତ ବର୍ଷ କୋଭିଡ୍ ମହାମାରୀର କାରଣରୁ ପରେଡ୍ ଅଲଗା ଢଙ୍ଗରେ ଦେଖିବାକୁ ମିଳିଥିଲା । ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଅନୁମତି ମିଳିନଥିଲା । ଏଥିସହ ପରେଡରେ ଅଂଶଗ୍ରହଣ କରିବାକୁ ଥିବା ବ୍ୟକ୍ତିବିଶେଷଙ୍କର କୋଭିଡ ଟିକାକରଣ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । କୋଭିଡ୍ ପ୍ରୋଟୋକଲଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୟାନରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚିବା ସହ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନାର ମୁଖ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

Get real time updates directly on you device, subscribe now.