fbpx

ଆଜି କୋଭିଡ୍-୧୯ ଟିକା ନେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୩ା୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କରୋନା ଟିକା ନେବେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ସ୍ୱଦେଶୀ ନିର୍ମିତ ଟିକାର ପ୍ରଥମ ଡୋଜ୍ ନେବେ ରାଷ୍ଟ୍ରପତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ଶୀର୍ଷନେତାମାନେ ଟିକା ନେଇସାରିଛନ୍ତି ।

ମାର୍ଚ୍ଚ ମାସ ପହିଲାରୁ ଦେଶରେ କୋଭିଡ୍-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଅଭିଯାନରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ଶାରୀରିକ ଅକ୍ଷମ ଥିବା ୪୫ ବର୍ଷୀୟ ତଥା ତଦୂର୍ଦ୍ଧ ବୟସ୍କମାନଙ୍କୁ ଟିକା ଦିଆଯାଉଛି । ବିଶ୍ୱରେ ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ହେବା ଗର୍ବର ବିଷୟ ବୋଲି ପୂର୍ବରୁ ରାଷ୍ଟ୍ରପତି କୋବିନ୍ଦ କହିଥିଲେ ।

Get real time updates directly on you device, subscribe now.