fbpx

(VIDEO)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସରିଲା ମୋତିଆବିନ୍ଦୁ ଅପରେଶନ

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାମ ଆଖିରେ ମୋତିଆବିନ୍ଦୁ ହୋଇଥିଲା । ଫଳରେ ରବିବାର ଦିନ ଅର୍ଥାତ ଆଜି ଦିଲ୍ଲୀ ଆର୍ମି ହସ୍ପିଟାଲରେ ତାଙ୍କ ମୋତିଆବିନ୍ଦୁ ଅପରେଶନ ହୋଇଥିବା ଜଣାପଡିଛି । ରାଷ୍ଟ୍ରପତିଙ୍କର ଏହି ଅପରେଶନ ବର୍ତ୍ତମାନ ସଫଳ ହୋଇଥିବାବେଳେ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ନେଇ ରାଷ୍ଟ୍ରପତି ଭବନ ପ୍ରବକ୍ତା ସୂଚନା ଦେଇଛନ୍ତି ।

ରବିବାର ଦିନ ସକାଳେ ଅର୍ଥାତ ଆଜି ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରଲରେ ରାଷ୍ଟ୍ରପତି ତାଙ୍କର ମୋତିଆବିନ୍ଦୁ ସର୍ଜରୀ କରିବା ନିମନ୍ତେ ପହଞ୍ଚିଥିଲେ । ସେଠାରେ ମହାମହିମ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ସମସ୍ତ ପ୍ରକାରର ପରୀକ୍ଷା ନିରୀକ୍ଷା କରାଇଥିଲେ । ଏହାପରେ ତାଙ୍କ ଅପରେସନ ଆରମ୍ଭ ହୋଇଥିଲା । ତେବେ ରବିବାର ଦିନ ୧୧.୩୦ରେ ତାଙ୍କର ମୋତିଆବିନ୍ଦୁ ସର୍ଜରୀ କରାଯିବା ସହ ଏହା ସଫଳ ମଧ୍ୟ ହୋଇସାରିଛି । ଯହାକୁ ନେଇ ରାଷ୍ଟ୍ରପତି ଭବନ ପ୍ରବକ୍ତା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.