fbpx

ଜି-୨୦ ପୂର୍ବରୁ ଆମେରିକା ଯାତ୍ରା କରିପାରନ୍ତି ପ୍ରଧାନମନ୍ତ୍ରୀ, ହ୍ୱାଇଟ୍ ହାଉସରୁ ଆସିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ସୂଚନା ମୁତାବକ, ଜୋବାଇଡେନ ୨୦୨୩ର ଗ୍ରୀଷ୍ମଋତୁରେ ଆମେରିକା ଯାତ୍ରା କରିପାରନ୍ତି । ସୂତ୍ରରୁ ଜଣା ପଡ଼ିଛି ଯେ, ପିଏମ ମୋଦୀ ଆମେରିକାରୁ ଆସିଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । କେବଳ ତାରିଖ ଘୋଷଣା ବାକି ଅଛି, ଯାହା ଉପରେ ୨ଜଣ ମିଶି ଖୁବ୍ ଶିଘ୍ର ନିଷ୍ପତ୍ତି ନେବେ ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଚଳିତ ବର୍ଷ ଭାରତ ଆସିବାର ସମ୍ଭାବନା ରହିଛି । ସେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଅଧିବେଶନରେ ଯୋଗଦେବେ । ଜି-୨୦ ସମ୍ମିଳନୀର ଆୟୋଜକ ତଥା ଅଧ୍ୟକ୍ଷ ଭାରତ । ତେଣୁ ସେପ୍ଟେମ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ବାଇଡେନ ଦୁନିଆର ନେତାଙ୍କ ସହ ଯୋଗଦାନ କରିବେ । ଆଶଂକା କରାଯାଉଛି, ଜି-୨୦ର ବୈଠକ ପୂର୍ବରୁ ପିଏମ ମୋଦୀ ଆମେରିକା ଯାତ୍ରା କରିବେ । ନିଷ୍ପତ୍ତି ନିଆଯାଉଛି ଯେ, ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ଜୁନ-ଜୁଲାଇ ମାସରେ ଆମେରିକା ଗସ୍ତ କରିବେ, ସେହି ସମୟରେ ଆମେରିକାର ସଂସଦ ପ୍ରକ୍ରିୟା ଚାଲିବ ।

ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ ସମୟରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି । ଏଥିସହ ସେ ହ୍ୱାଇଟ ହାଉସରେ ରାତ୍ରୀ ଭୋଜନରେ ଯୋଗ ଦେଇପାରନ୍ତି। ସେହି ସମୟ ମଧ୍ୟରେ ପିଏମ ମୋଦୀଙ୍କ ପାଇଁ କୌଣସି ବିଦେଶ ଯାତ୍ରା ସ୍ଥିର ହୋଇନାହିଁ। ତେବେ ଭାରତୀୟ ରାଜନୀତି ଦୃଷ୍ଟିରୁ ଏଥର ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବ । ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାର ଦାୟିତ୍ୱ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ରହିବ ।

Get real time updates directly on you device, subscribe now.