ବଡ଼ ବିମାନ ଦୁର୍ଘଟଣା, ରନୱେରୁ ବାହାରି ବୁଦା ଭିତରେ ପଶିଗଲା ଘରୋଇ ଜେଟ୍

ରନଓ୍ୱେରେ ଖସିପଡ଼ି ଇଣ୍ଡିଗୋ ବିମାନରେ ପିଟିହେଲା ବିମାନ।

ଉତ୍ତରପ୍ରଦେଶ: ପୁଣି ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ। ଟେକଅଫ୍ ସମୟରେ ନିୟନ୍ତ୍ରଣ ହରାଇଲା ବିମାନ। ରନଓ୍ୱେରେ ଖସିପଡ଼ି ଇଣ୍ଡିଗୋ ବିମାନରେ ପିଟିହେଲା।

ଉତ୍ତର ପ୍ରଦେଶର ଫାରୁଖାବାଦରେ ଏକ ଘରୋଇ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବା ସମୟରେ ବିମାନଟି ରନୱେରୁ ଓଲଟିଯାଇ ନିକଟସ୍ଥ ଇଣ୍ଡିଗୋ ବିମାନରେ ପିଟିହୋଇ ବୁଦା ଭିତରକୁ ପଶିଯାଇଥିଲା। ହେଲେ ସୌଭାଗ୍ୟବଶତଃ କୌଣସି ଆହତ ହେବାର ସୂଚନା ନାହିଁ। ସମସ୍ତ ଯାତ୍ରୀ ଏବଂ ଦୁଇ ପାଇଲଟ୍ ବଞ୍ଚି ଯାଇଛନ୍ତି।

ସୂଚନା ପାଇବା ମାତ୍ରେ, ଏସଡିଏମ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ଘରୋଇ ଜେଟ୍ ଟି ଏକ ବିୟର ଫ୍ୟାକ୍ଟ୍ରିର ଏମଡିଙ୍କର ଥିଲା, ଯିଏ ଶିଳ୍ପାଞ୍ଚଳରେ ନିର୍ମାଣାଧୀନ ଏକ କମ୍ପାନୀର ଯାଞ୍ଚ କରିବାକୁ ଫାରୁଖାବାଦ ଆସିଥିଲେ।

ଅଧିକାରୀମାନେ କହିଛନ୍ତି ଯେ ବିମାନରେ ପାଞ୍ଚ ଜଣ ଯାତ୍ରୀ ଏବଂ ଦୁଇ ଜଣ ପାଇଲଟ୍ ଥିଲେ। ତଥାପି, ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ କୋତୱାଲି ମହମ୍ମଦାବାଦ ଅଞ୍ଚଳର ପୋଲିସ ମଧ୍ୟ ପହଞ୍ଚି ଘଟଣାସ୍ଥଳ ଯାଞ୍ଚ କରିଛି।