‘ଗୋଲମାଲ୍-୫’ରେ ଧମାଲ କରିବେ ସାଉଥ୍ ବ୍ୟୁଟି ପ୍ରିୟାମଣି
‘ଭେରାଇଟି ଇଣ୍ଡିଆ' ନିଜର ଏକ ରିପୋର୍ଟରେ ସୂଚନା ଦେଇଛି ଯେ, ରୋହିତ ଶେଟ୍ଟୀ ପ୍ରିୟାମଣିଙ୍କୁ ନେଗେଟିଭ୍ ରୋଲ୍ ପାଇଁ ସାଇନ୍ କରିଛନ୍ତି
ମୁମ୍ବାଇ: ବଡ଼ ପରଦାରେ ଆସିବାକୁ ଯାଉଛି ରୋହିତ ଶେଟ୍ଟୀଙ୍କ ‘ଗୋଲମାଲ୍ ୫’। ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ସାଉଥ୍ ବ୍ୟୁଟି ପ୍ରିୟାମଣି। ମିଳିଥିବା ସୂଚନା ଅନୁସାରେ ସେ ଏହି ଚଳଚ୍ଚିତ୍ରରେ ନେଗେଟିଭ୍ ବା ଭିଲେନ୍ ଚରିତ୍ରରେ ନଜର ଆସିବେ। ଏଥିସହ ଫିଲ୍ମରେ ଖେଳାଡ଼ି କୁମାର ଅକ୍ଷୟ କୁମାରଙ୍କର ସପ୍ରାଇଜ୍ ଏଣ୍ଟ୍ରିି ରହିଛି। ଯାହାକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ସାଉଥ୍ ଅଭିନେତ୍ରୀ ପ୍ରିୟାମଣି କିଛି ବର୍ଷ ପୂର୍ବେ ରୋହିତ ଶେଟ୍ଟୀଙ୍କ ‘ଚେନ୍ନାଇ ଏକ୍ସପ୍ରେସ୍’ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମରେ ସେ ଏକ ବିଶେଷ ଭୂମିକାରେ ନଜର ଆସିଥିଲେ। ସେ ଶାହରୁଖ ଖାନଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସେହି ଫିଲ୍ମ ପରେ ଦୁହେଁ ଏକାଠି କାମ କରିନଥିଲେ। କିନ୍ତୁ ଏବେ ‘ଗୋଲମାଲ୍ ୫’ ରେ ପ୍ରିୟାମଣି ଅଭିନୟ କରୁଛନ୍ତି। ସେ ଏକ ବଡ଼ ଭୂମିକାରେ ଆସୁଛନ୍ତି। ପ୍ରିୟାମଣି ଚଳଚ୍ଚିତ୍ରରେ ଖଳନାୟିକା ସାଜିବେ ବୋଲି ଜଣାପଡ଼ିଛି।
‘ଭେରାଇଟି ଇଣ୍ଡିଆ’ ନିଜର ଏକ ରିପୋର୍ଟରେ ସୂଚନା ଦେଇଛି ଯେ, ରୋହିତ ଶେଟ୍ଟୀ ପ୍ରିୟାମଣିଙ୍କୁ ନେଗେଟିଭ୍ ରୋଲ୍ ପାଇଁ ସାଇନ୍ କରିଛନ୍ତି। ରୋହିତ ଶେଟ୍ଟୀଙ୍କ ‘ଗୋଲମାଲ୍ ୫’ ରେ ମୁଖ୍ୟ କଳାକାରଙ୍କ ସହ ଅନ୍ୟ କେତେକ ଅଭିନେତା ମଧ୍ୟ ନଜର ଆସିବେ। ଯେଉଁଥିରେ ଜନି ଲିଭର, ସଞ୍ଜୟ ମିଶ୍ର, ମୁକେଶ ତିୱାରୀ ଓ ଅଶ୍ୱିନୀ କାଲସେକରଙ୍କ ଭଳି ଦମଦାର କଳାକାରଙ୍କ ନାମ ସାମିଲ ଅଛି। ଏହାଛଡ଼ା ଅଜୟ ଦେବଗନଙ୍କ ସହ ଅରଶଦ ୱାର୍ସି, ଶ୍ରେୟସ ତଲପଡ଼େ, ତୁଷାର କପୁର, କୁନାଲ ଖେମୁ ଓ ଶରମନ ଜୋଶୀ ନଜର ଆସିବେ।
ରୋହିତ ଶେଟ୍ଟୀଙ୍କ ‘ଗୋଲମାଲ୍ ୫’ ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଗୋଲମାଲ୍ ସିରିଜ୍ ପାରିବାରିକ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ। ସେଥିପାଇଁ ରୋହିତ ଶେଟ୍ଟୀ ଏହାକୁ ୨୦୨୭ ର କୌଣସି ବଡ଼ ପର୍ବପର୍ବାଣୀରେ ରିଲିଜ୍ କରିବେ। ମିଳିଥିବା ସୂଚନା ଅନୁସାରେ ଅକ୍ଷୟ କୁମାର ହେବେ ‘ଗୋଲମାଲ୍ ୫’ ର ସରପ୍ରାଇଜିଂ ଫ୍ୟାକ୍ଟର।
ରୋହିତ ଶେଟ୍ଟୀ ଯେତେବେଳେ ‘ଗୋଲମାଲ୍ ୫’ ରୁ ଅକ୍ଷୟ କୁମାରଙ୍କ ଲୁକ୍ ଜାରି କରିଥିଲେ, ସେତେବେଳେ ଲୋକେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଅକ୍ଷୟ କୁମାରଙ୍କ ଭିଡିଓ ରିଲିଜ ହେବା ପରଠାରୁ ହିଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି।
ଦର୍ଶକଙ୍କ ବିଶ୍ୱାସ ଯେ, ଅକ୍ଷୟ କୁମାର ‘ଗୋଲମାଲ୍ ୫’ ର ସରପ୍ରାଇଜିଂ ଫ୍ୟାକ୍ଟର ହେବେ। ଯାହାଙ୍କ ଆସିବା ଦ୍ୱାରା ଫିଲ୍ମର ସ୍ତର ବହୁତ ବଢ଼ିଯିବ। ଅକ୍ଷୟ କୁମାରଙ୍କୁ ଯେତେବେଳେ ‘ଗୋଲମାଲ୍ ୫’ ବିଷୟରେ ପଚରାଯାଇଥିଲା, ସେ କହିଥିଲେ; ଭଲ ସିନେମାର ଅଂଶ ହେବାକୁ ଚାହାଁନ୍ତି।


